News Room Odisha
BREAKING
Odia

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ଖଡ଼ଗେ, ସୋନିଆ; କଂଗ୍ରେସ କହିଲା ଏହା ବିଜେପି, ଆରଏସ୍ଏସ୍ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ସତ୍ତ୍ବେ ଏଥିରେ ଯୋଗଦେବାକୁ ମନା କରିଦେଇଛି କଂଗ୍ରେସ। କଂଗ୍ରେସ ଏହାକୁ ଏକ ବିଜେପି ଓ ଆରଏସ୍ଏସ୍ କାର୍ଯ୍ୟକ୍ରମ ବୋଲି କହିଛି । ତେଣୁ ଏହି କାର୍ଯ୍ୟକ୍ରମରେ ଦଳୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଧୀର ରଞ୍ଜନ ଚୌଧୁରୀଙ୍କ ସହ କଂଗ୍ରେସର କେହି ବି ନେତା ଯୋଗଦେବେ ନାହିଁ। ରାଜନୈତିକ ଲାଭ ପାଇଁ ବିଜେପି ଦ୍ୱାରା ଏହି କାର୍ଯ୍ୟକ୍ରମ [...]

Admin•January 10, 2024
Share Article:

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ସତ୍ତ୍ବେ ଏଥିରେ ଯୋଗଦେବାକୁ ମନା କରିଦେଇଛି କଂଗ୍ରେସ। କଂଗ୍ରେସ ଏହାକୁ ଏକ ବିଜେପି ଓ ଆରଏସ୍ଏସ୍ କାର୍ଯ୍ୟକ୍ରମ ବୋଲି କହିଛି । ତେଣୁ ଏହି କାର୍ଯ୍ୟକ୍ରମରେ ଦଳୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଧୀର ରଞ୍ଜନ ଚୌଧୁରୀଙ୍କ ସହ କଂଗ୍ରେସର କେହି ବି ନେତା ଯୋଗଦେବେ ନାହିଁ। ରାଜନୈତିକ ଲାଭ ପାଇଁ ବିଜେପି ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ବୋଲି କହିଛି କଂଗ୍ରେସ ।

କଂଗ୍ରେସ ତରଫରୁ ଜାରି ଏକ ବିବୃତିରେ କୁହାଯାଇଛି, “ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କୁ ପୂଜା କରନ୍ତି। ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ | କିନ୍ତୁ ଆରଏସ୍ଏସ୍ / ବିଜେପି ଦୀର୍ଘ ଦିନ ଧରି ଅଯୋଧ୍ୟା ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପ ଭାବେ ବ୍ୟବହାର କରିଆସିଛନ୍ତି । ନିର୍ବାଚନୀ ଲାଭ ପାଇଁ ବିଜେପି ଓ ଆରଏସ୍ଏସ୍ ନେତାମାନେ ଏକ ଅସମ୍ପୂର୍ଣ୍ଣ ମନ୍ଦିରର ଉଦଘାଟନ କରୁଛନ୍ତି।

କଂଗ୍ରେସ କହିଛି, ୨୦୧୯ ସୁପ୍ରିମକୋର୍ଟଙ୍କ ରାୟ ପାଳନ ପୂର୍ବକ ଏବଂ ଭଗବାନ ରାମଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ଆରଏସ୍ଏସ୍ / ବିଜେପି ଇଭେଣ୍ଟରେ ଯୋଗ ଦେବା ପାଇଁ ନିମନ୍ତ୍ରଣକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାମମନ୍ଦିର କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବେ ବୋଲି ଘୋଷଣା କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତୃଣମୂଳ କଂଗ୍ରେସ (ଟିଏମସି) ର କେହି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ତେବେ ଏ ବାବଦରେ ଟିଏମସି ପକ୍ଷରୁ କୌଣସି ଔପଚାରିକ ସୂଚନା ଦିଆଯାଇ ନାହିଁ।

ଟିଏମସି ମଧ୍ୟ ରାମ ଲାଲାଙ୍କ ଜୀବନ୍ୟାସ ଉତ୍ସବକୁ ରାଜନୈତିକ କାର୍ଯ୍ୟକ୍ରମ ବୋଲି କହିଛି। ୨୦୨୪ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବିଜେପି ରାମ ମନ୍ଦିରକୁ ଏକ ସ୍ପ୍ରିଙ୍ଗବୋର୍ଡ ଭାବରେ ବ୍ୟବହାର କରିବାକୁ ଚାହୁଁଛି। ସେଥିପାଇଁ ଦଳ ଏହି ଇଭେଣ୍ଟରୁ ଦୂରେଇ ରହିବ ବୋଲି ଦଳ କହିଥିଲା ।

#Odia#Odisha#News
Share Article:

Related Articles