News Room Odisha
BREAKING
Odia

କୋଟିପତି ଏମଭିଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର – ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ପଞ୍ଚାନନଙ୍କ ଘର ସମେତ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ପଞ୍ଚାନନଙ୍କ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ପଞ୍ଚାନନଙ୍କ ଭୁବନେଶ୍ୱରରେ ୨ଟି କୋଠା, ୩୧ଟି ପ୍ଲଟ, ୪ଟି ଗାଡ଼ି ଠାବ ହୋଇଛି। ଭୁବନେଶ୍ୱରରୁ ୩୧ଟି ପ୍ଲଟ ଠାବ [...]

Admin•January 10, 2024
Share Article:

ଭୁବନେଶ୍ୱର – ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ପଞ୍ଚାନନଙ୍କ ଘର ସମେତ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍।

ପଞ୍ଚାନନଙ୍କ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ପଞ୍ଚାନନଙ୍କ ଭୁବନେଶ୍ୱରରେ ୨ଟି କୋଠା, ୩୧ଟି ପ୍ଲଟ, ୪ଟି ଗାଡ଼ି ଠାବ ହୋଇଛି। ଭୁବନେଶ୍ୱରରୁ ୩୧ଟି ପ୍ଲଟ ଠାବ ହୋଇଥିବା ବେଳେ ୧୦ଟି ବେନାମୀ ପ୍ଲଟ ରହିଛି। ଏହାଛଡା ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ, ବୀମା ଜମା ମଧ୍ୟ ଚଢ଼ାଉ ବେଳେ ଠାବ କରିଛି ଭିଜିଲାନ୍ସ ।

#Odia#Odisha#News
Share Article:

Related Articles