News Room Odisha
BREAKING
Odia

କଂଗ୍ରେସ ନେତା ହରକ ସିଂହ ରାୱତଙ୍କ ବିରୋଧରେ ଇଡି ଆକ୍ସନ, ୧୨ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଇଡି ବୁଧବାର ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ହରକ ସିଂହ ରାୱତଙ୍କ ବିରୋଧରେ ଆକ୍ସନ ନେଇଛି। ଇଡି ଏକାସାଙ୍ଗରେ ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ତାଙ୍କର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ରାୱତ ୨୦୧୯-୨୦ରେ ବିଜେପି ସରକାରରେ ଜଙ୍ଗଲ ମନ୍ତ୍ରୀ ଥିଲେ। ଏହି ଅବଧି ମଧ୍ୟରେ କର୍ବେଟ୍ ଟାଇଗର ସଫାରି ପ୍ରକଳ୍ପ ପାଇଁ କରବେଟ୍ ପାର୍କର ପାଖରୋ ରେଞ୍ଜରେ ମାତ୍ର ୧୬୯ଟି ଗଛ କାଟିବାକୁ ଅନୁମତି ଦିଆଯାଇଥିବା ବେଳେ [...]

Admin•February 7, 2024
Share Article:

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଇଡି ବୁଧବାର ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ହରକ ସିଂହ ରାୱତଙ୍କ ବିରୋଧରେ ଆକ୍ସନ ନେଇଛି। ଇଡି ଏକାସାଙ୍ଗରେ ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ତାଙ୍କର ୧୨ଟି ସ୍ଥାନରେ ଚଢ଼ାଉ କରିଛି।

ରାୱତ ୨୦୧୯-୨୦ରେ ବିଜେପି ସରକାରରେ ଜଙ୍ଗଲ ମନ୍ତ୍ରୀ ଥିଲେ। ଏହି ଅବଧି ମଧ୍ୟରେ କର୍ବେଟ୍ ଟାଇଗର ସଫାରି ପ୍ରକଳ୍ପ ପାଇଁ କରବେଟ୍ ପାର୍କର ପାଖରୋ ରେଞ୍ଜରେ ମାତ୍ର ୧୬୯ଟି ଗଛ କାଟିବାକୁ ଅନୁମତି ଦିଆଯାଇଥିବା ବେଳେ ୬୦୦୦ ଗଛ ବେଆଇନ ଭାବେ କଟାଯାଇଥିଲା |

ଏହାଛଡ଼ା ପାଖରୋ ରେଞ୍ଜରେ ମଧ୍ୟ ବେଆଇନ ନିର୍ମାଣ କାର୍ଯ୍ୟ ହୋଇଥିଲା। ଏହି ମାମଲାରେ ରାୱତ ଏବଂ ତାଙ୍କ ବିଭାଗର ଅଧିକାରୀମାନେ ମନି ଲଣ୍ଡରିଂ କାରବାରରେ ସମ୍ପୃକ୍ତ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ଆଜି ତାଙ୍କ ମାଲିକାନାରେ ଥିବା ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ରାୱତ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

#Odia#Odisha#News
Share Article:

Related Articles