ପ୍ରଥମ ଲୋକମତ ସଂସଦୀୟ ପୁରସ୍କାର: ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମେତ ୮ ଜଣ ସାଂସଦ ପୁରସ୍କୃତ
ନୂଆଦିଲ୍ଲୀ – ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ରଙ୍କୁ ୨୦୨୩ ପାଇଁ ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଦିଆଯାଇଛି। ସସ୍ମିତଙ୍କ ସମେତ କଂଗ୍ରେସ ଲୋକସଭା ସଦସ୍ୟ ଶଶୀ ଥରୁର ଓ ଅନ୍ୟ ୬ ଜଣଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଲୋକମତ ସଂସଦୀୟ ପୁରସ୍କାର ମିଳିଛି। ବିଏସପିର ଲୋକସଭା ସଦସ୍ୟ ଡାନିଶ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସଙ୍କୁ ଶ୍ରେଷ୍ଠ ପଦାର୍ପଣ ସାଂସଦ ପୁରସ୍କାର ଦିଆଯାଇଛି। ସମାଜବାଦୀ ପାର୍ଟିର ରାଜ୍ୟସଭା ସଦସ୍ୟ ରାମଗୋପାଳ ଯାଦବ [...]
ନୂଆଦିଲ୍ଲୀ – ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ରଙ୍କୁ ୨୦୨୩ ପାଇଁ ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଦିଆଯାଇଛି। ସସ୍ମିତଙ୍କ ସମେତ କଂଗ୍ରେସ ଲୋକସଭା ସଦସ୍ୟ ଶଶୀ ଥରୁର ଓ ଅନ୍ୟ ୬ ଜଣଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଲୋକମତ ସଂସଦୀୟ ପୁରସ୍କାର ମିଳିଛି।
ବିଏସପିର ଲୋକସଭା ସଦସ୍ୟ ଡାନିଶ ଅଲ୍ଲୀ ଓ ସିପିଏମର ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସଙ୍କୁ ଶ୍ରେଷ୍ଠ ପଦାର୍ପଣ ସାଂସଦ ପୁରସ୍କାର ଦିଆଯାଇଛି। ସମାଜବାଦୀ ପାର୍ଟିର ରାଜ୍ୟସଭା ସଦସ୍ୟ ରାମଗୋପାଳ ଯାଦବ ଓ ବିଜେପି ଲୋକସଭା ସଦସ୍ୟ ମାନେକା ଗାନ୍ଧିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି । ଶିରୋମଣି ଅକାଳୀ ଦଳର ଲୋକସଭା ସଦସ୍ୟ ହରସିମରତ କୌର ବାଦଲ ଓ ବିଜେପିର ରାଜ୍ୟ ସଭା ସଦସ୍ୟ ସରୋଜ ପାଣ୍ଡେଙ୍କୁ ଶ୍ରେଷ୍ଠ ମହିଳା ସାଂସଦ ଭାବେ ପୁରସ୍କୃତ କରାଯାଇଛି।
ଲୋକମତ ଶ୍ରେଷ୍ଠ ସାଂସଦ ପୁରସ୍କାର ଏହାଥିଲା ପ୍ରଥମ ସଂସ୍କରଣ । ଲୋକମତ ସଂସଦୀୟ ପୁରସ୍କାର କମିଟିର ଅଧ୍ୟକ୍ଷ ଓ ଲୋକସଭାର ପୂର୍ବତନ ମହାସଚିବ ସୁଭାଷ କଶ୍ୟପ ଙ୍କ ନେତୃତ୍ବରେ ଗଠିତ ବିଚାରକ ମଣ୍ଡଳୀ ବିଜେତାଙ୍କୁ ଚୟନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।
Dr Sasmit Patra Conferred With Best Parliamentarian Award In Lokmat Parliamentary Awards 2023
Next Articleକଂଗ୍ରେସ ନେତା ହରକ ସିଂହ ରାୱତଙ୍କ ବିରୋଧରେ ଇଡି ଆକ୍ସନ, ୧୨ଟି ସ୍ଥାନରେ ଚଢ଼ାଉ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
