ମନରେଗା ପାଣ୍ଠି ଆତ୍ମସାତ୍ ମାମଲାରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଇଡିର ଚଢ଼ାଉ
କୋଲକାତା: ମନରେଗା ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ସୂଚନା ମୁତାବକ ସଲ୍ଟ ଲେକ୍ ଆଇଏ ବ୍ଲକରେ ଥିବା ପୂର୍ବତନ ବିଡିଓଙ୍କ ବାସଭବନରେ ରେଡ୍ କରିଛି କେନ୍ଦ୍ରୀୟ ସଂସ୍ଥା । ଏହାଛଡ଼ା ହୁଗଲି ଜିଲ୍ଲାର ଚିନ୍ସୁରାରେ ଜଣେ ବ୍ୟବସାୟୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ବି ଚଢ଼ାଉ ହୋଇଛି। ମୁର୍ସିଦାବାଦ ଜିଲ୍ଲାର ବହରାମପୁରରେ ଜଣେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଘରେ ମଧ୍ୟ ତଲାସି ଚାଲିଛି। [...]
କୋଲକାତା: ମନରେଗା ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ସୂଚନା ମୁତାବକ ସଲ୍ଟ ଲେକ୍ ଆଇଏ ବ୍ଲକରେ ଥିବା ପୂର୍ବତନ ବିଡିଓଙ୍କ ବାସଭବନରେ ରେଡ୍ କରିଛି କେନ୍ଦ୍ରୀୟ ସଂସ୍ଥା । ଏହାଛଡ଼ା ହୁଗଲି ଜିଲ୍ଲାର ଚିନ୍ସୁରାରେ ଜଣେ ବ୍ୟବସାୟୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ବି ଚଢ଼ାଉ ହୋଇଛି।
ମୁର୍ସିଦାବାଦ ଜିଲ୍ଲାର ବହରାମପୁରରେ ଜଣେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଘରେ ମଧ୍ୟ ତଲାସି ଚାଲିଛି। ଜଣେ ଅଧିକାରୀ କହିଛନ୍ତି, ପୂର୍ବତନ ବିଡ଼ିଓଙ୍କ ହୁଗଲି ଜିଲ୍ଲାର ଧାନିଆଖାଲିରେ ପୋଷ୍ଟିଂ ବେଳେ ଅନିୟମିତତା ହୋଇଥିଲା । ମନରେଗା ପାଣ୍ଠିର ଆବଣ୍ଟନରେ ଅନିୟମିତତାର ପ୍ରମାଣ ପରେ ଏହି ଚଢ଼ାଉ କରାଯାଇଥିବା ସେ କହିଛନ୍ତି । ଏହି ଅନିୟମିତତା ଅଭିଯୋଗ ମନରେଗା ଅଧୀନରେ ରାଜ୍ୟରେ ଜାରି କରାଯାଇଥିବା ପ୍ରାୟ ୨୫ ଲକ୍ଷ “ନକଲି” ରୋଜଗାର କାର୍ଡ ସହ ଜଡ଼ିତ ବୋଲି ସେ ଦାବି କରିଛନ୍ତି ।
ରାଜ୍ୟର ସମସ୍ତ ଗାଁକୁ ୨୦୨୪ ସୁଦ୍ଧା ପାଇପ ଯୋଗେ ପିଇବା ପାଣି : ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ
Next Articleହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
