News Room Odisha
BREAKING
Odia

ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଜଣେ ୧୭ ବର୍ଷୀୟା ଯୁବତୀ ଏହି ଅଭିଯୋଗ କରିଛନ୍ତିି। ବରୁଣ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗତ ୫ ବର୍ଷ ଧରି ବହୁଥର ବଳାତ୍କାର କରିଛନ୍ତିି ବୋଲି ସେ‌ ଦାବି କରିଛନ୍ତି । ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ବରୁଣ କୁମାରଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା ବୋଲି ଯୁବତୀ ଜଣକ କହିଛନ୍ତି। ଯୁବତୀ ଜଣକ ପୋଲିସରେ କରିଥିବା ଅଭିଯୋଗ ଅନୁସାରେ ଯେବେ [...]

Admin•February 6, 2024
Share Article:

ନୂଆଦିଲ୍ଲୀ: ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଜଣେ ୧୭ ବର୍ଷୀୟା ଯୁବତୀ ଏହି ଅଭିଯୋଗ କରିଛନ୍ତିି। ବରୁଣ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗତ ୫ ବର୍ଷ ଧରି ବହୁଥର ବଳାତ୍କାର କରିଛନ୍ତିି ବୋଲି ସେ‌ ଦାବି କରିଛନ୍ତି । ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ବରୁଣ କୁମାରଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା ବୋଲି ଯୁବତୀ ଜଣକ କହିଛନ୍ତି।

ଯୁବତୀ ଜଣକ ପୋଲିସରେ କରିଥିବା ଅଭିଯୋଗ ଅନୁସାରେ ଯେବେ ବି ବରୁଣ ବେଙ୍ଗାଲୁରୁର ସାଇ ଷ୍ଟାଡିୟମକୁ ମ୍ୟାଚ୍ ପାଇଁ ଆସୁଥିଲେ, ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ନାବାଳିକାଙ୍କ ଅଭିଯୋଗ ଆଧାରରେ ବେଙ୍ଗାଲୁରୁରେ ବରୁଣ କୁମାରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।

ବରୁଣ କୁମାର ହିମାଚଳ ପ୍ରଦେଶର ବାସିନ୍ଦା । ସେ ପଞ୍ଜାବର ଜଲନ୍ଧରରେ ରୁହନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ ବରୁଣ ସମ୍ପ୍ରତି ଫେରାର ଅଛନ୍ତି। ପୋଲିସ ତାଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି।

ବରୁଣ କୁମାର ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଥିଲେ । ଏହି ସଫଳତା ପରେ ହିମାଚଳ ପ୍ରଦେଶ ସରକାର ବରୁଣ କୁମାରଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।

#Odia#Odisha#News
Share Article:

Related Articles