News Room Odisha
BREAKING
Odia

ପୋଷାକ ପାଇଁ ଚାଷୀଙ୍କୁ ମେଟ୍ରୋ ସେବା ବାରଣ, ସୁରକ୍ଷାକର୍ମୀ ବହିଷ୍କୃତ

ବେଙ୍ଗାଲୁରୁ: ଜଣେ ଚାଷୀଙ୍କ ପୋଷାକ ଯୋଗୁଁ ତାଙ୍କୁ ମେଟ୍ରୋରେ ଚଢ଼ିବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋମବାର ବାଙ୍ଗାଲୋର ମେଟ୍ରୋ ରେଳ କର୍ପୋରେସନ୍ ଲିମିଟେଡ୍ (ବିଏମ୍ଆରସିଏଲ୍) ଜଣେ ସୁରକ୍ଷା ସୁପରଭାଇଜରଙ୍କୁ ବରଖାସ୍ତ କରିଛି । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫେବୃଆରୀ ୧୮ରେ ରାଜାଜୀ ନଗର ମେଟ୍ରୋ ଷ୍ଟେସନରେ ଏହି ଘଟଣା ଘଟିଥିଲା | ଭଲ ପୋଷାକ [...]

Admin•February 27, 2024
Share Article:

ବେଙ୍ଗାଲୁରୁ: ଜଣେ ଚାଷୀଙ୍କ ପୋଷାକ ଯୋଗୁଁ ତାଙ୍କୁ ମେଟ୍ରୋରେ ଚଢ଼ିବାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସୋମବାର ବାଙ୍ଗାଲୋର ମେଟ୍ରୋ ରେଳ କର୍ପୋରେସନ୍ ଲିମିଟେଡ୍ (ବିଏମ୍ଆରସିଏଲ୍) ଜଣେ ସୁରକ୍ଷା ସୁପରଭାଇଜରଙ୍କୁ ବରଖାସ୍ତ କରିଛି । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଫେବୃଆରୀ ୧୮ରେ ରାଜାଜୀ ନଗର ମେଟ୍ରୋ ଷ୍ଟେସନରେ ଏହି ଘଟଣା ଘଟିଥିଲା | ଭଲ ପୋଷାକ ପିନ୍ଧି ନଥିବା କହି ଚାଷୀଙ୍କୁ ଅଭିଯୁକ୍ତ ସୁପରଭାଇଜର ଜଣକ ଟ୍ରେନ୍ ସେବାରୁ ବଞ୍ଚିତ କରିଥିଲେ । ଜଣେ ଯାତ୍ରୀ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯାହା ଫେବୃଆରୀ ୨୪ରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା।

ଏହି ଭିଡିଓରେ ଜଣେ ବ୍ୟକ୍ତି ଲେଖିଛନ୍ତି, ଅବିଶ୍ୱସନୀୟ, ମେଟ୍ରୋ କ’ଣ କେବଳ ଭିଆଇପି ଲୋକଙ୍କ ପାଇଁ? ମେଟ୍ରୋ ବ୍ୟବହାର ପାଇଁ କୌଣସି ଡ୍ରେସ୍ କୋଡ୍ ଅଛି କି? ଏହି ଘଟଣାର ଭିଡ଼ିଓ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଆମକୁ ସବୁଠି ଏହିପରି ହିରୋ ଦରକାର ବୋଲି ସେ କହିଛନ୍ତିି ।

#Odia#Odisha#News
Share Article:

Related Articles