News Room Odisha
BREAKING
Odia

ମାର୍ଚ୍ଚ ୨୨ରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ , ଫିଜିକ୍ସରେ ଚଏସ ଡେଫିସିଟ୍‌ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିଲେ ମିଳିବ ଗ୍ରେସ ମାର୍କ

ଭୁବନେଶ୍ବର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାର ପ୍ରଶ୍ନ ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ସିଲାବସକୁ ନେଇ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ୍‌ ହୋଇଛି। କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ତାହାର ପୂରା ମାର୍କ ସମସ୍ତେ ପାଇବେ। କିନ୍ତୁ ଅନ୍ୟ ପ୍ରଶ୍ନ ଗୁଡ଼ିକରେ ଚଏସ ଡେଫିସିଟ୍‌ ହୋଇଛି। ଏ ନେଇ ବିଶେଷଜ୍ଞ କମିଟି ବୈଠକ ଖୁବ୍ ଶୀଘ୍ର ବସିବ। [...]

Admin•February 27, 2024
Share Article:

ଭୁବନେଶ୍ବର – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାର ପ୍ରଶ୍ନ ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ସିଲାବସକୁ ନେଇ ପ୍ରସ୍ତୁତ ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ ଡେଫିସିଟ୍‌ ହୋଇଛି। କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ତାହାର ପୂରା ମାର୍କ ସମସ୍ତେ ପାଇବେ। କିନ୍ତୁ ଅନ୍ୟ ପ୍ରଶ୍ନ ଗୁଡ଼ିକରେ ଚଏସ ଡେଫିସିଟ୍‌ ହୋଇଛି। ଏ ନେଇ ବିଶେଷଜ୍ଞ କମିଟି ବୈଠକ ଖୁବ୍ ଶୀଘ୍ର ବସିବ। ମୋଟ ୧୯ ନମ୍ବର ଚଏସ୍‌ ଡେଫିସିଟ୍‌ ରହିଛି । ଯେଉଁ ପରୀକ୍ଷାର୍ଥୀ ଏସବୁ ପ୍ରଶ୍ନର ଉତ୍ତର ପାଇଁ ଚେଷ୍ଟା କରିଥିବେ, ସେମାନେ ଗ୍ରେସ୍‌ ମାର୍କ ପାଇବେ । ଯେତିକି ଚଏସ ଡେଫିସିଟ୍‌ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ପୂରା ମାର୍କ ପାଇବେ । ଏକ୍ସ- ରେଗୁଲାର ପିଲାଙ୍କ କୌଣସି ଅସୁବିଧା ହୋଇନି। ପିଲାମାନେ ବହୁତ୍ ଭଲ କରିଛନ୍ତି। ପ୍ରଶ୍ନ ପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି ତାର ଯାଞ୍ଚ ନିଶ୍ଚିତ କରାଯିବ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି।

ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ହେବ। ୨୨ ମାର୍ଚ୍ଚରୁ ଏପ୍ରିଲ ୨ ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ହେବ । ସେହିପରି ଏପ୍ରିଲ ୪ରୁ ୧୫ ମଧ୍ୟରେ ୨ୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି।

#Odia#Odisha#News
Share Article:

Related Articles