ହ୍ରିତିକ୍-ଦୀପିକାଙ୍କ ଚୁମ୍ବନ ଦୃଶ୍ୟ ନେଇ ‘ଫାଇଟର୍’ ନିର୍ମାତାଙ୍କୁ କୋର୍ଟ ନୋଟିସ୍
ନୂଆଦିଲ୍ଲୀ: ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଫାଇଟର୍’ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମରେ ହ୍ରିତିକ୍-ଦୀପିକାଙ୍କ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟଦୀପ ଦାସ ଫିଲ୍ମ ନିର୍ମାତାଙ୍କୁ କୋର୍ଟ ନୋଟିସ୍ ପଠାଇଛନ୍ତି। ଏହାଛଡ଼ା ଚଳଚ୍ଚିତ୍ରରେ ବାୟୁସେନାକୁ ଭୁଲ ଭାବେ ଉପସ୍ଥାପନ କରାଯିବା ଅଭିଯୋଗରେ ମାନହାନି ମାମଲା ବି ରୁଜୁ ହୋଇଛି। ଫିଲ୍ମର ଏକ ଦୃଶ୍ୟରେ ବାୟୁସେନା ୟୁନିଫର୍ମ ପିନ୍ଧି ହ୍ରିତିକ୍ ଓ ଦୀପିକା ପରସ୍ପରକୁ ଚୁମ୍ବନ ଦେଉଛନ୍ତି । [...]
ନୂଆଦିଲ୍ଲୀ: ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଫାଇଟର୍’ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମରେ ହ୍ରିତିକ୍-ଦୀପିକାଙ୍କ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟଦୀପ ଦାସ ଫିଲ୍ମ ନିର୍ମାତାଙ୍କୁ କୋର୍ଟ ନୋଟିସ୍ ପଠାଇଛନ୍ତି। ଏହାଛଡ଼ା ଚଳଚ୍ଚିତ୍ରରେ ବାୟୁସେନାକୁ ଭୁଲ ଭାବେ ଉପସ୍ଥାପନ କରାଯିବା ଅଭିଯୋଗରେ ମାନହାନି ମାମଲା ବି ରୁଜୁ ହୋଇଛି।
ଫିଲ୍ମର ଏକ ଦୃଶ୍ୟରେ ବାୟୁସେନା ୟୁନିଫର୍ମ ପିନ୍ଧି ହ୍ରିତିକ୍ ଓ ଦୀପିକା ପରସ୍ପରକୁ ଚୁମ୍ବନ ଦେଉଛନ୍ତି । ଏହି ଦୃଶ୍ୟ ଉପରେ ବାୟୁସେନା ଅଧିକାରୀ ସୌମ୍ୟଦୀପ ଦାସ ଆପତ୍ତି ଉଠାଇଛନ୍ତି। ଏହି କାରଣରୁ ବାୟୁସେନା ସହ ଜଡ଼ିତ ଲୋକଙ୍କ ଭାବନା ଆହତ ହୋଇଛି । ୟୁନିଫର୍ମରେ ଚୁମ୍ବନ ଦୃଶ୍ୟ ବାୟୁସେନା ଓ ଏହାର ଅଧିକାରୀଙ୍କ ଛବି ଖରାପ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ‘ଫାଇଟର୍’ ନିର୍ମାତାମାନଙ୍କୁ ଜାରି ନୋଟିସରେ ସେ ଚୁମ୍ବନ ଦୃଶ୍ୟ ହଟାଇବା ସହ କ୍ଷତିପୂରଣ ଦାବି କରିଛନ୍ତିି ।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଜାନୁଆରୀ ୨୫ରେ ମୁକ୍ତିଲାଭ କରିଥିଲା । ୨୫୦ କୋଟିରେ ନିର୍ମିତ ଏହା ହେଉଛି ଭାରତର ପ୍ରଥମ ଏରିଆଲ୍ ଆକ୍ସନ୍ ଫିଲ୍ମ | ତେବେ ବକ୍ସ ଅଫିସରେ ଏହା ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ଏହି ଫିଲ୍ମରେ ହ୍ରିତିକ ଓ ଦୀପିକାଙ୍କ ବ୍ୟତୀତ ଅନିଲ କପୁର, କରଣ ସିଂ ଗ୍ରୋଭର ଏବଂ ଅକ୍ଷୟ ଓବରୟ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତିି ।
କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଡିଏମକେ ସାଂସଦଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ହଙ୍ଗାମା
Next ArticleSoaring Dreams: Empowering Odisha’s Youth with Skilling in Aviation Sector
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
