କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଡିଏମକେ ସାଂସଦଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ହଙ୍ଗାମା
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନଙ୍କୁ ଟାର୍ଗେଟ କରି ଡିଏମକେ ନେତା ଟିଆର୍ ବାଲୁଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ମଙ୍ଗଳବାର ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅଭିଯୋଗ କରିଛନ୍ତି ଯେ ଡିଏମକେ ସାଂସଦ ବାଲୁ କେନ୍ଦ୍ରମନ୍ତ୍ରୀ ମୁରୁଗାନଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ସମଗ୍ର ଦଳିତ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ବାଲୁ [...]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନଙ୍କୁ ଟାର୍ଗେଟ କରି ଡିଏମକେ ନେତା ଟିଆର୍ ବାଲୁଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ମଙ୍ଗଳବାର ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅଭିଯୋଗ କରିଛନ୍ତି ଯେ ଡିଏମକେ ସାଂସଦ ବାଲୁ କେନ୍ଦ୍ରମନ୍ତ୍ରୀ ମୁରୁଗାନଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ସମଗ୍ର ଦଳିତ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ବାଲୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।
ଗୃହରେ ପ୍ରଶ୍ନକାଳ ସମୟରେ ଯେତେବେଳେ ବାଲୁ ତାମିଲନାଡୁରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହୋଇଥିବା କ୍ଷୟକ୍ଷତି ବିଷୟରେ ଏକ ଅତିରିକ୍ତ ପ୍ରଶ୍ନ ପଚାରୁଥିଲେ, ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗର ମନ୍ତ୍ରୀ ମୁରଗାନ୍ ତାଙ୍କୁ ବାଧା ଦେଇଥିଲେ। ଏହା ପରେ ବାଲୁ ତାଙ୍କ ପ୍ରତି ଏକ ଶବ୍ଦ ବ୍ୟବହାର କରିଥିଲେ।
ଏନେଇ ଶାସକ ଦଳର ସଦସ୍ୟମାନେ ବିରୋଧ ଆରମ୍ଭ କରିଥିଲେ। ପ୍ରହ୍ଲାଦ ଯୋଶୀ କହିଛନ୍ତି, “ବାଲୁ ଜଣେ ବରିଷ୍ଠ ସାଂସଦ। ସେ ଜଣେ ଏସସି ମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ସେ କ୍ଷମା ମାଗିବା ଉଚିତ୍। ” ମେଘୱାଲ କହିଛନ୍ତି, “ଶ୍ରୀଯୁକ୍ତ ବାଲୁ, ଆପଣ ଏପରି ଶବ୍ଦ କିପରି ବ୍ୟବହାର କରିପାରିବେ? ଏହା ଦଳିତ ସମ୍ପ୍ରଦାୟ ପାଇଁ ଅପମାନ | ଆପଣ କ୍ଷମା ମାଗିବା ଉଚିତ୍। ”
ଏହା ପରେ ଡିଏମକେ ଓ କଂଗ୍ରେସ ସଦସ୍ୟମାନେ ବିରୋଧ କରି ତାମିଲନାଡୁର ଅଧିକାର ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ବାଲୁଙ୍କ ଦ୍ୱାରା ବ୍ୟବହୃତ ଶବ୍ଦକୁ ଗୃହ ରେକର୍ଡରୁ ହଟାଇ ଦିଆଯିବ।
ଗୃହରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ କିଛି ସମୟ ପାଇଁ ବାକବିତଣ୍ଡା ଚାଲିଥିଲା। ହୋହଲ୍ଲା କମିବା ପରେ ବିର୍ଲା ପ୍ରଶ୍ନକାଳ ସହ ଗୃହକାର୍ଯ୍ୟ ଜାରି ରଖିଥିଲେ । ପ୍ରଶ୍ନକାଳ ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଡିଏମକେ ଓ କଂଗ୍ରେସ ସଦସ୍ୟଙ୍କ ଦ୍ୱାରା ତାମିଲନାଡୁର ବିପର୍ଯ୍ୟୟ ପରିଚାଳନା ଏବଂ ସହାୟତାରେ ଭେଦଭାବ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ।
Renowned Physician Dr. Shovan Kumar Rath Honoured with “Pain Management Awareness Award”
Next Articleହ୍ରିତିକ୍-ଦୀପିକାଙ୍କ ଚୁମ୍ବନ ଦୃଶ୍ୟ ନେଇ ‘ଫାଇଟର୍’ ନିର୍ମାତାଙ୍କୁ କୋର୍ଟ ନୋଟିସ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
