News Room Odisha
BREAKING
Odia

ଟେଷ୍ଟ କ୍ରିକେଟରେ ପ୍ରଥମ ଥର ଭାରତର ତିନି ବ୍ୟାଟ୍ସମ୍ୟାନ୍ କଲେ ଏପରି ରେକର୍ଡ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟର ବାସ୍ନା ବାରୁଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୨୪୬ ରନ୍ ଜବାବରେ ଭାରତ ୪୩୬ ରନ୍ କରି ଆଉଟ୍ ହୋଇଛି । ମୋଟ ୧୯୦ ରନର ଅଗ୍ରଣୀ ସହ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଛି ଭାରତ । ତେବେ ପ୍ରଥମ ଇନିଂସ୍ ବେଳେ ଭାରତୀୟ ଦଳ ସହ ଯୋଡି ହୋଇଛି ଏକ ନିଆରା ରେକର୍ଡ । ଭାରତର ତିନି ଜଣ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ, କେ.ଏଲ୍ [...]

Admin•January 27, 2024
Share Article:

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟର ବାସ୍ନା ବାରୁଛି । ଇଂଲଣ୍ଡର ପ୍ରଥମ ଇନିଂସ୍ ସ୍କୋର୍ ୨୪୬ ରନ୍ ଜବାବରେ ଭାରତ ୪୩୬ ରନ୍ କରି ଆଉଟ୍ ହୋଇଛି । ମୋଟ ୧୯୦ ରନର ଅଗ୍ରଣୀ ସହ ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇଛି ଭାରତ । ତେବେ ପ୍ରଥମ ଇନିଂସ୍ ବେଳେ ଭାରତୀୟ ଦଳ ସହ ଯୋଡି ହୋଇଛି ଏକ ନିଆରା ରେକର୍ଡ । ଭାରତର ତିନି ଜଣ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ଶତକର ନିକଟତର ହୋଇ ବି ତିନି ଅଙ୍କ ଛୁଇଁପାରି ନଥିଲେ।

୧୪୬ ବର୍ଷର ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳର ତିନି ଜଣ ବ୍ୟାଟ୍ସମ୍ୟାନ୍ ୮୦-୮୯ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଛନ୍ତି। ଓଭରଅଲ୍ ଟେଷ୍ଟ କ୍ରିକେଟରେ ସପ୍ତମ ଥର ଏପରି ଘଟିଛି ।

ପ୍ରଥମ ଇନିଂସରେ ଯଶସ୍ୱୀ ଜୈସୱାଲ ୮୦ ରନରେ ଆଉଟ୍ ହୋଇଥିବାବେଳେ କେଏଲ୍ ରାହୁଲ ୮୬ ରନରେ ପ୍ୟାଭିଲିୟନ ଫେରିଥିଲେ । ରବୀନ୍ଦ୍ର ଜାଡେଜା ମଧ୍ୟ ୮୭ ରନ୍ କରି ପରେ ଜୋ ରୁଟଙ୍କ ଶିକାର ହୋଇଥିଲେ।

#Odia#Odisha#News
Share Article:

Related Articles