News Room Odisha
BREAKING
Odia

ବିଜେପି ବିରୋଧରେ କେଜ୍ରିୱାଲଙ୍କ ଅଭିଯୋଗ: ଦଳ ଛାଡ଼ିବାକୁ ୭ ଆପ୍ ବିଧାୟକଙ୍କୁ ମିଳିଛି ୨୫ କୋଟିର ଅଫର୍

ନୂଆଦିଲ୍ଲୀ: ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଛାଡିବାକୁ ଦଳର ୭ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଯାଚିବା ସହ ବିଜେପି ଟିକେଟ୍ ଦେବାକୁ କହିଛି । ବିଜେପି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍ ୨.୦’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମନ୍ତ୍ରୀ ଅତିଶୀ ମଧ୍ୟ ଅଭିଯୋଗ କରିଛନ୍ତି । ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଆପ୍ [...]

Admin•January 27, 2024
Share Article:

ନୂଆଦିଲ୍ଲୀ: ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଛାଡିବାକୁ ଦଳର ୭ ଜଣ ବିଧାୟକଙ୍କୁ ବିଜେପି ୨୫ କୋଟି ଯାଚିବା ସହ ବିଜେପି ଟିକେଟ୍ ଦେବାକୁ କହିଛି । ବିଜେପି ଦିଲ୍ଲୀରେ ‘ଅପରେସନ୍ ଲୋଟସ୍ ୨.୦’ ଆରମ୍ଭ କରିଛି ବୋଲି ଦିଲ୍ଲୀ ମନ୍ତ୍ରୀ ଅତିଶୀ ମଧ୍ୟ ଅଭିଯୋଗ କରିଛନ୍ତି । ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଆପ୍ ସରକାରକୁ ହଟାଇବାକୁ ବିଜେପି ଉଦ୍ୟମ କରୁଛି ବୋଲି ସେ ଦାବି କରିଛନ୍ତିି ।

ବିଜେପି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କେଜ୍ରିୱାଲ ଶନିବାର କହିଛନ୍ତି, ଦିଲ୍ଲୀର ୭ ଜଣ ଆପ୍ ବିଧାୟକଙ୍କୁ ୨୫ କୋଟି ଟଙ୍କା ଅଫର ସହ ବିଜେପି ଟିକେଟ୍ ଦିଆଯିବ ବୋଲି କୁହାଯାଇଥିଲା ।

ତାଙ୍କୁ ଗିରଫ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଥିବା ବିଜେପି ୭ ଆପ୍ ବିଧାୟକଙ୍କୁ କହିଥିଲା ବୋଲି କେଜ୍ରିୱାଲ ଦାବି କରିଛନ୍ତିି ।

କେଜ୍ରିୱାଲଙ୍କ ଅଭିଯୋଗକୁ କିନ୍ତୁ ବିଜେପି ଖଣ୍ଡନ କରିଛି । ବିଜେପି କହିଛି କେଜ୍ରିୱାଲ ମିଛ କହୁଛନ୍ତି । ବିଜେପି ନେତା କପିଲ ମିଶ୍ର କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ଗତ ୭ ବର୍ଷ ଧରି ଏଭଳି ମିଛ କହୁଛନ୍ତି। ଆପ୍ ବିଧାୟକଙ୍କ ସହ ଯୋଗାଯୋଗ କେଉଁ ଫୋନ୍ ନମ୍ବରରେ ହୋଇଥିଲା, କିଏ ତାଙ୍କ ସହ ଯୋଗାଯୋଗ କରିଛି ଏବଂ ଆଲୋଚନା କେଉଁଠି ହୋଇଥିଲା ତାହା ସେ ଥରେ ବି କହି ନାହାଁନ୍ତି। ସେ କେବଳ ବୟାନବାଜି କରନ୍ତି ଏବଂ ଲୁଚି ଯାଆନ୍ତି।

#Odia#Odisha#News
Share Article:

Related Articles