News Room Odisha
BREAKING
Odia

ଆଜିଠୁ ରାଞ୍ଚିରେ ଚତୁର୍ଥ ଟେଷ୍ଟ, ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯିବ । ରାଜକୋଟ ଟେଷ୍ଟରେ ବୃହତ ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ରାଞ୍ଚିରେ ସିରିଜ୍ ଜିତିବାକୁ ରୋହିତଙ୍କ ଦଳ ପାଖରେ ସୁଯୋଗ ରହିଛି । ଯଦି ଭାରତ ଚତୁର୍ଥ ଟେଷ୍ଟ ଜିତେ ତେବେ ଦଳ ପ୍ରଥମ ଥର ପାଇଁ ଘରେ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ତୃତୀୟ ସିରିଜ ଜିତିବ। ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ କେବେ କ୍ରମାଗତ [...]

Admin•February 23, 2024
Share Article:

ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯିବ । ରାଜକୋଟ ଟେଷ୍ଟରେ ବୃହତ ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ରାଞ୍ଚିରେ ସିରିଜ୍ ଜିତିବାକୁ ରୋହିତଙ୍କ ଦଳ ପାଖରେ ସୁଯୋଗ ରହିଛି । ଯଦି ଭାରତ ଚତୁର୍ଥ ଟେଷ୍ଟ ଜିତେ ତେବେ ଦଳ ପ୍ରଥମ ଥର ପାଇଁ ଘରେ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ତୃତୀୟ ସିରିଜ ଜିତିବ। ଭାରତ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ କେବେ କ୍ରମାଗତ ୩ଟି ଘରୋଇ ସିରିଜ୍ ଜିତି ନଥିଲା ।

ଗତ ଦୁଇଟି ଟେଷ୍ଟରେ ଲଗାତାର ଦ୍ୱିଶତକ ସହ ଜବରଦସ୍ତ ଫର୍ମରେ ଥିବା ଯୁବ ଓପନର୍ ଯଶସ୍ବୀ ଜୈସୱାଲଙ୍କ ଉପରେ ପୁଣି ସମସ୍ତଙ୍କ ନଜର ରହିବ। ଯଦି ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତୀୟ ଓପନର୍ ଯଶସ୍ବୀ ୧୩୯ ରନ୍ କରନ୍ତି, ତେବେ କମ୍ ଇନିଂସରେ ୧୦୦୦ ରନ୍ ପୂରଣ କରିବାରେ ବିନୋଦ କାମ୍ବଲିଙ୍କ ଭାରତୀୟ ରେକର୍ଡର ସମକକ୍ଷ ହୋଇଯିବେ। ଏଥି ସହିତ ମ୍ୟାଚ୍ ସଂଖ୍ୟା ଦୃଷ୍ଟିରୁ ସେ ମଧ୍ୟ ଭାରତର ଦ୍ରୁତତମ ଏବଂ ଦ୍ୱିତୀୟ ଦ୍ରୁତତମ ଖେଳାଳି ଭାବେ ୧୦୦୦ ରନ୍ ପୂରଣ କରିବେ।

ଚତୁର୍ଥ ଟେଷ୍ଟରୁ ଷ୍ଟାର ପେସର ଜସପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ମୁକେଶ କୁମାର ଖେଳିପାରିନ୍ତି। ଯୁବ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ମଧ୍ୟ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ।

#Odia#Odisha#News
Share Article:

Related Articles