News Room Odisha
BREAKING
Odia

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ

ପୁରୀ – ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି କାର୍ଯ୍ୟ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା -ଏଏସ ଆଇ ପକ୍ଷରୁ ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି କାମ ଚାଲିବା ବେଳେ କୌଣସି ଶ୍ରୀମନ୍ଦିରର ବଡ଼ ନୀତି ନାହିଁ। ନାଟମଣ୍ଡପ ମରାମତି ବେଳେ ଦର୍ଶନ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ହେବନାହିଁ ତାହା ଉପରେ ଦୃଷ୍ଟି ଦିଆଯାଇଛି। [...]

Admin•February 23, 2024
Share Article:

ପୁରୀ – ଶ୍ରୀମନ୍ଦିରର ନାଟମଣ୍ଡପ ମରାମତି କାର୍ଯ୍ୟ ଆଜିଠୁ ପୁଣି ଥରେ ଆରମ୍ଭ ହେଉଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା -ଏଏସ ଆଇ ପକ୍ଷରୁ ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି ଚାଲିବ। ମାର୍ଚ୍ଚ ୨୦ ପୂର୍ବରୁ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ମରାମତି କାମ ଚାଲିବା ବେଳେ କୌଣସି ଶ୍ରୀମନ୍ଦିରର ବଡ଼ ନୀତି ନାହିଁ।

ନାଟମଣ୍ଡପ ମରାମତି ବେଳେ ଦର୍ଶନ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ହେବନାହିଁ ତାହା ଉପରେ ଦୃଷ୍ଟି ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନୀତିକାନ୍ତିରେ ପରିବର୍ତ୍ତନ କରାଯାଇ ଏଏସ‌୍ଆଇ ପକ୍ଷରୁ ନାଟମଣ୍ଡପ ବିମ୍‌ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଏ ନେଇ ଆଲୋଚନା ହୋଇ ଆଜିଠୁ କାର୍ଯ୍ୟ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

#Odia#Odisha#News
Share Article:

Related Articles