News Room Odisha
BREAKING
Odia

ଏଫ୍ଏସ୍ଏସ୍ଏଆଇ ଯାଞ୍ଚରେ ‘ଏମଡିଏଚ୍’, ‘ଏଭରେଷ୍ଟ’ ମସଲାରେ ମିଳିଲାନି ଇଥିଲିନ ଅକ୍ସାଇଡ୍

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ (ଏଫ୍ଏସ୍ଏସ୍ଏଆଇ) ଦ୍ବାରା ଯାଞ୍ଚରେ ଦୁଇଟି ଅଗ୍ରଣୀ ମସଲା ବ୍ରାଣ୍ଡ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ର ନମୁନାରେ ଇଥିଲିନ ଅକ୍ସାଇଡର ଅଂଶ ମିଳିନାହିଁ। ଦେଶର ୨୮ଟି ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରରେ ଏହି ଦୁଇଟି ମସଲା ବ୍ରାଣ୍ଡର ନମୁନା ଯାଞ୍ଚ୍ କରାଯାଇଥିଲା। ଅନ୍ୟ ୬ଟି ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ବିଚାରାଧୀନ ଥିବା କୁହାଯାଇଛି । ଗତ ମାସରେ ହଂକଂ ଏବଂ ସିଙ୍ଗାପୁରରେ ‘ଏମଡିଏଚ୍’ ଓ ‘ଏଭରେଷ୍ଟ’ ମସଲା ଗୁଣ୍ଡର ବିକ୍ରି ଓ ବ୍ୟବହାର ଉପରେ ବ୍ୟାନ [...]

Admin•May 22, 2024
Share Article:

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ (ଏଫ୍ଏସ୍ଏସ୍ଏଆଇ) ଦ୍ବାରା ଯାଞ୍ଚରେ ଦୁଇଟି ଅଗ୍ରଣୀ ମସଲା ବ୍ରାଣ୍ଡ ‘ଏମଡିଏଚ୍’ ଏବଂ ‘ଏଭରେଷ୍ଟ’ର ନମୁନାରେ ଇଥିଲିନ ଅକ୍ସାଇଡର ଅଂଶ ମିଳିନାହିଁ।

ଦେଶର ୨୮ଟି ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରରେ ଏହି ଦୁଇଟି ମସଲା ବ୍ରାଣ୍ଡର ନମୁନା ଯାଞ୍ଚ୍ କରାଯାଇଥିଲା। ଅନ୍ୟ ୬ଟି ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ବିଚାରାଧୀନ ଥିବା କୁହାଯାଇଛି ।

ଗତ ମାସରେ ହଂକଂ ଏବଂ ସିଙ୍ଗାପୁରରେ ‘ଏମଡିଏଚ୍’ ଓ ‘ଏଭରେଷ୍ଟ’ ମସଲା ଗୁଣ୍ଡର ବିକ୍ରି ଓ ବ୍ୟବହାର ଉପରେ ବ୍ୟାନ ଲଗାଯାଇଥିଲା। ଏହି ଦୁଇ ଭାରତୀୟ ବ୍ରାଣ୍ଡର ମସଲା ଗୁଣ୍ଡରେ ଅନୁମତିପ୍ରାପ୍ତ ସୀମାଠାରୁ ଅଧିକ ମାତ୍ରାରେ ଇଥିଲିନ ଅକ୍ସାଇଡ କୀଟନାଶକ ରହିଥିବା ଦାବି କରିଥିଲା ହଂକଂର ଖାଦ୍ୟ ନିୟାମକ। ଏହି କୀଟନାଶକ କ୍ୟାନ୍ସର ଭଳି ରୋଗର କାରଣ ହୋଇପାରେ।

ଏଭଳି ଅଭିଯୋଗ ପରେ ଏଫ୍ଏସ୍ଏସ୍ଏଆଇ ଏହି ଦୁଇ କମ୍ପାନୀର ମସଲା ସହ ଦେଶର ସମସ୍ତ ବ୍ରାଣ୍ଡର ମସଲା ଗୁଣ୍ଡ ନମୁନାର ଯାଞ୍ଚ୍ ଆରମ୍ଭ କରିଥିଲା।

#Odia#Odisha#News
Share Article:

Related Articles