News Room Odisha
BREAKING
Odia

ଆଜି ଚାରିଟି ଜାଗାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ

ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେଡିର ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟରରେ ଖୋର୍ଦ୍ଧା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ହାବେଳି ପଡିଆରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଆଶୀର୍ବାଦ ଲୋଡିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ପହଂଚି ପ୍ରଚାର କରିବେ। [...]

Admin•May 22, 2024
Share Article:

ଭୁବନେଶ୍ୱର – ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେଡିର ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ମାରାଥନ ପ୍ରଚାର କରୁଛନ୍ତି। ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟରରେ ଖୋର୍ଦ୍ଧା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ହାବେଳି ପଡିଆରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ଲାଗି ଆଶୀର୍ବାଦ ଲୋଡିବେ। ଏହାପରେ ନୟାଗଡ ଷ୍ଟାଡିୟମରେ ପହଂଚି ପ୍ରଚାର କରିବେ। ଶେଷରେ ପୁରୀ ତାଳବଣିଆରେ ନିର୍ବାଚନୀ ସଭାରେ ଯୋଗ ଦେବେ ଏବଂ ପରେ କଟକ ଅଭିମୁଖେ ଯାଇ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

#Odia#Odisha#News
Share Article:

Related Articles