News Room Odisha
BREAKING
Odia

ସର୍ବ ସମ୍ମୁଖକୁ ଆସିଲେ ହେମନ୍ତ ସୋରେନ୍, କାଲି ଇଡି ନିକଟରେ ହାଜର ହୋଇପାରନ୍ତି

ରାଞ୍ଚି: ଗତ ୨୪ ଘଣ୍ଟା ଧରି‌ ‘ନିଖୋଜ’ ହୋଇଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଙ୍ଗଳବାର ସର୍ବ ସମ୍ମୁଖକୁ ଆସିଛନ୍ତି । ଆଜି ସୋରେନ ରାଞ୍ଚିରେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । କିଛି ମିନିଟ୍ ପରେ ସୋରେନଙ୍କ ଅଧ୍ୟକ୍ଷତାରେ ଶାସକ ଦଳର ବିଧାୟକଙ୍କ ଏକ ବୈଠକ ହେବା ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ସୂତ୍ରରୁ ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ । ଝାଡ଼ଖଣ୍ଡର [...]

Admin•January 30, 2024
Share Article:

ରାଞ୍ଚି: ଗତ ୨୪ ଘଣ୍ଟା ଧରି‌ ‘ନିଖୋଜ’ ହୋଇଯିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଙ୍ଗଳବାର ସର୍ବ ସମ୍ମୁଖକୁ ଆସିଛନ୍ତି । ଆଜି ସୋରେନ ରାଞ୍ଚିରେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । କିଛି ମିନିଟ୍ ପରେ ସୋରେନଙ୍କ ଅଧ୍ୟକ୍ଷତାରେ ଶାସକ ଦଳର ବିଧାୟକଙ୍କ ଏକ ବୈଠକ ହେବା ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ସୂତ୍ରରୁ ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ ।

ଝାଡ଼ଖଣ୍ଡର ଜେଏମ୍ଏମ୍ ନେତୃତ୍ୱାଧୀନ ଶାସକ ଦଳର ସମସ୍ତ ବିଧାୟକଙ୍କୁ ରାଜ୍ୟ ରାଜଧାନୀ ବାହାରକୁ ନ ଯିବାକୁ କୁହାଯାଇଛି । ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ମଙ୍ଗଳବାର ବସିବାକୁ ଥିବା ବୈଠକରେ ସେମାନଙ୍କୁ ଯୋଗଦେବାକୁ କୁହାଯାଇଛି ।

ଶାସକ ଦଳର ଜଣେ ବିଧାୟକ କହିଛନ୍ତି, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପରିପ୍ରେକ୍ଷୀରେ ରଣନୀତି ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଛି।

ସେ ବୁଧବାର ଅପରାହ୍ନ ୧ଟାରେ ତାଙ୍କ ବାସଭବନରେ ନିଜ ବୟାନ ରେକର୍ଡ କରିବାକୁ ପ୍ରସ୍ତୁତ ବୋଲି ୪୮ ବର୍ଷୀୟ ସୋରେନ ଇଡିକୁ ଏକ ଇମେଲ ପଠାଇ ଜଣାଇଛନ୍ତି ।

ଜମି ଜାଲିଆତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାର ତଦନ୍ତ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବା ପାଇଁ ଇଡିର ଏକ ଟିମ୍ ସୋମବାର ଦକ୍ଷିଣ ଦିଲ୍ଲୀରେ ଥିବା ସୋରେନଙ୍କ ବାସଭବନରେ ପହଞ୍ଚିଥିଲେ । ତେବେ ଇଡି ଟିମ୍ ସେଠାରେ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳିନଥିଲା । ଏହି ସମୟ ମଧ୍ୟରେ ଇଡି ତାଙ୍କ ବାସଭବନରେ ତଲାସି କରିଥିଲା। ସୋରେନଙ୍କ ଦିଲ୍ଲୀ ବାସଭବନରେ ଖୋଜାଖୋଜି କରିବା ପରେ ଇଡି ୩୬ ଲକ୍ଷ ଟଙ୍କା, ଏକ ଏସୟୁଭି ଏବଂ କିଛି ସମ୍ବେଦନଶୀଳ ଦଲିଲ ଜବତ କରିଥିଲା ।

#Odia#Odisha#News
Share Article:

Related Articles