News Room Odisha
BREAKING
Odia

ଗୋପନୀୟତା ଉଲ୍ଲଂଘନ ମାମଲାରେ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍

ଇସଲାମାବାଦ: ଗୋପନୀୟତା ଉଲ୍ଲଂଘନ ମାମଲାରେ ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ରାୱଲପିଣ୍ଡିର ଆଦିୟାଲା ଜେଲରେ ମାମଲାର ଶୁଣାଣି ସମୟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଅବୁଲ ହସନତ ଜୁଲକରନୈନ ଏହି ରାୟ ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଏହାକୁ ଏହା ଏକ ମିଛ ମାମଲା ବୋଲି କହିଛି । ଦଳ ଏହି ରାୟକୁ [...]

Admin•January 30, 2024
Share Article:

ଇସଲାମାବାଦ: ଗୋପନୀୟତା ଉଲ୍ଲଂଘନ ମାମଲାରେ ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି।

ରାୱଲପିଣ୍ଡିର ଆଦିୟାଲା ଜେଲରେ ମାମଲାର ଶୁଣାଣି ସମୟରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଅବୁଲ ହସନତ ଜୁଲକରନୈନ ଏହି ରାୟ ଶୁଣାଇଛନ୍ତି । ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଏହାକୁ ଏହା ଏକ ମିଛ ମାମଲା ବୋଲି କହିଛି । ଦଳ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି କହିଛି।

ଇମ୍ରାନ ଖାନଙ୍କ ବିରୋଧରେ ଗୋପନୀୟ କୂଟନୈତିକ ଦଲିଲ ସାର୍ବଜନୀନ କରିବା ଅଭିଯୋଗ ହୋଇଥିଲା |
୨୭ ମାର୍ଚ୍ଚ ୨୦୨୨ରେ ଏକ ଜନସଭାରେ ଇମ୍ରାନ ଖାନ ଆମେରିକାରେ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଏକ ମେସେଜ୍ ସାର୍ବଜନୀନ କରି ଅଭିଯୋଗ କରିଥିଲେ ଯେ ତାଙ୍କ ସରକାରକୁ ଭାଙ୍ଗିବାକୁ ‘ଆନ୍ତର୍ଜାତୀୟ ସ୍ତରରେ ଷଡଯନ୍ତ୍ର’ ନେଇ ଏହା ପ୍ରମାଣ।

ଅନାସ୍ଥା ପ୍ରସ୍ତାବ ଜରିଆରେ କ୍ଷମତାରୁ ହଟିବା ପରେ ଇମ୍ରାନ ଖାନଙ୍କ ବିରୋଧରେ ୧୦ରୁ ଅଧିକ ମାମଲା ରୁଜୁ ହୋଇଛି ।

#Odia#Odisha#News
Share Article:

Related Articles