ରୋହିତ, ଗିଲଙ୍କ ଶତକ: ଧର୍ମଶାଳା ଟେଷ୍ଟରେ ଭାରତର ସ୍ଥିତି ମଜବୁତ
ଧର୍ମଶାଳା: ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲଙ୍କ ଶତକ ସହାୟତାରେ ଭାରତ ପଞ୍ଚମ ଟେଷ୍ଟରେ ନିଜ ସ୍ଥିତି ମଜବୁତ୍ କରିନେଇଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୪୭୩ ରନ୍ କରିଛି । ଶେଷ ସେସନରେ ଭାରତ ୯୭ ରନରେ ପାଞ୍ଚ ୱିକେଟ୍ ହରାଇଥିଲେ ମଧ୍ୟ ଦଳ ଏଯାବତ୍ ୨୫୫ ରନର ବଡ଼ ଅଗ୍ରଣୀ ହାସଲ ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି । ଭାରତ [...]
ଧର୍ମଶାଳା: ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲଙ୍କ ଶତକ ସହାୟତାରେ ଭାରତ ପଞ୍ଚମ ଟେଷ୍ଟରେ ନିଜ ସ୍ଥିତି ମଜବୁତ୍ କରିନେଇଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୪୭୩ ରନ୍ କରିଛି । ଶେଷ ସେସନରେ ଭାରତ ୯୭ ରନରେ ପାଞ୍ଚ ୱିକେଟ୍ ହରାଇଥିଲେ ମଧ୍ୟ ଦଳ ଏଯାବତ୍ ୨୫୫ ରନର ବଡ଼ ଅଗ୍ରଣୀ ହାସଲ ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି ।
ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୧୩୫/୧ରୁ ଆଗକୁ ଖେଳିଥିବା ବେଳେ ରୋହିତ ଓ ଗିଲ୍ ପ୍ରଥମ ସେସନରେ ଇଂଲଣ୍ଡ ବୋଲର ମାନଙ୍କୁ କ୍ଲାନ୍ତ କରି ଦେଇଥିଲେ । ଉଭୟ ବ୍ୟାଟର ଇଂଲଣ୍ଡକୁ କୌଣସି ସୁଯୋଗ ନ ଦେଇ ପ୍ରଥମ ସେସନରେ ହିଁ ନିଜ ନିଜ ଶତକ ପୂରଣ କରିଥିଲେ । ରୋହିତ ୧୨ ଚୌକା ଓ ୩ଟି ଛକା ସହ ୧୦୩ ରନ୍ କରିଥିଲେ । ଗିଲ୍ ୧୫ଟି ଚୌକା ଓ ୫ଟି ଚକା ସହ ୧୧୦ ରନ୍ କରିଥିଲେ । ଚଳିତ ସିରିଜରେ ଉଭୟ ଖେଳାଳିଙ୍କ ଏହା ଦ୍ୱିତୀୟ ଶତକ ଥିଲା। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୨୪୪ ବଲରେ ୧୭୧ ରନ୍ ଯୋଡ଼ିଥିଲେ।
ଦ୍ବିତୀୟ ସେସନ୍ ଆରମ୍ଭରେ ଉଭୟ ରୋହିତ ଓ ଗିଲ୍ ୮ଟି ବଲ୍ ବ୍ୟବଧାନରେ ଆଉଟ୍ ହୋଇଥିଲେ । ଏହାପରେ ଡେବୁଟାଣ୍ଟ ଦେବଦତ୍ତ ପାଡିକ୍କଲ ଓ ସରଫରାଜ ଖାନ୍ ଚତୁର୍ଥ ଓ୍ବିକେଟ୍ ପାଇଁ ୯୭ ରନ୍ ଯୋଗକରି ପାଳି ସମ୍ଭାଳିଥିଲେ । କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳୁଥିବା ଦେବଦତ୍ତ ପାଡିକ୍କଲ ୧୦୩ ବଲରେ ୬୫ ରନ କରିଥିବାବେଳେ ସରଫରାଜ ଖାନ ୬୦ ବଲରେ ୫୬ ରନ୍ କରିଥିଲେ । ସରଫରାଜ ଚା’ପାନ ବିରତି ପରେ ପ୍ରଥମ ବଲରେ ୱିକେଟ୍ ହରାଇଥିଲେ। ଏହାପରେ ପାଡିକ୍କଲ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ ।
ରାଞ୍ଚି ଟେଷ୍ଟର ହିରୋ ଧ୍ରୁବ ଜୁରେଲ(୧୫) ଓ ରବୀନ୍ଦ୍ର ଜାଡେଜା (୧୫) ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ । କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଥିବା ଅଶ୍ୱିନ ଖାତା ଖୋଲିନପାରି ପ୍ୟାଭିଲିୟନ ଫେରିଥିଲେ । ହେଲେ କୁଲଦୀପ ଯାଦବ ଓ ଯସପ୍ରୀତ ବୁମରା ଭାରତର ଅଗ୍ରଣୀକୁ ୨୫୦ ପାର କରାଇବାରେ ସଫଳ ହୋଇଛନ୍ତି । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ କୁଲଦୀପ ୨୭ ଓ ବୁମରା ୧୯ ରନ୍ କରି ଅପରାଜିତ ରହିଛନ୍ତି । ଉଭୟ ଏଯାବତ୍ ୪୫ ରନ୍ ଯୋଡ଼ି ସାରିଛନ୍ତି ।
ଇଂଲଣ୍ଡ ପକ୍ଷରୁ ଅଫ୍ ସ୍ପିନର ସୋଏବ ବଶୀର ୪୪ ଓଭରରେ ୧୭୦ ରନ୍ ବ୍ୟୟ କରି ୪ଟି ୱିକେଟ୍ ନେଇଥିବାବେଳେ ବାମହାତୀ ସ୍ପିନର ଟମ୍ ହାର୍ଟଲି ୩୯ ଓଭରରେ ୧୨୬ ରନ୍ ଦେଇ ୨ଟି ୱିକେଟ୍ ନେଇଛନ୍ତି ।
Odisha: District Level Preparations for Upcoming Elections Reviewed
Next Articleଧରାକୋଟ: ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
