News Room Odisha
BREAKING
Odia

ଧରାକୋଟ: ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ- ୫୯ରେ ସଡ଼କ ଦୁର୍ଘଟଣା ଘଟିଛି। କୁସରାବ ଛକରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଧରାକୋଟରୁ ଆସିକା ଆସୁଥିବା ଏକ ବୋଲେରୋ ଜଣେ ସାଇକେଲ ବୁଲାବିକାଳୀଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଉଭୟ ବୁଲା ବିକାଳୀ ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନିପୁରର ଶେଖ୍ ମିରଜ (୪୫) ଓ ବୋଲେରୋ ଚାଳକ ଯୋଗେନ୍ଦ୍ର ସେଠୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ [...]

Admin•March 8, 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ- ୫୯ରେ ସଡ଼କ ଦୁର୍ଘଟଣା ଘଟିଛି। କୁସରାବ ଛକରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଧରାକୋଟରୁ ଆସିକା ଆସୁଥିବା ଏକ ବୋଲେରୋ ଜଣେ ସାଇକେଲ ବୁଲାବିକାଳୀଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଉଭୟ ବୁଲା ବିକାଳୀ ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନିପୁରର ଶେଖ୍ ମିରଜ (୪୫) ଓ ବୋଲେରୋ ଚାଳକ ଯୋଗେନ୍ଦ୍ର ସେଠୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମିରଜଙ୍କୁ ମୃତ ଘୋଷଣା କରିଥିଲେ। ବୋଲେରୋ ଚାଳକ ତଥା ମାଲିକ ଯୋଗେନ୍ଦ୍ର ସେଠୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରୁ ଗାଡ଼ି ଜବତ କରିଛି।

#Odia#Odisha#News
Share Article:

Related Articles