ଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ଭେଟ
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ଵକପ୍ରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସୁପର ସଣ୍ଡେରେ ସୁପର ମୁକାବିଲା ପାଇଁ ପ୍ରସ୍ତୁତ ନ୍ୟୁୟର୍କରେ। କ୍ରିକେଟ ପ୍ରେମୀ ମଧ୍ୟ ଉଲ୍ଲସିତ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ଯରେ କୌଣସି ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉ ନ ଥିବା ବେଳେ ବିଶ୍ବକପ୍ ପରି ଆଇସିସି ଇଭେଣ୍ଟ ଉପରେ ଫ୍ୟାନ ମାନଙ୍କ ନଜରରେ ରହିଥାଏ। ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ। ଭାରତ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିବା ବେଳେ ଚଳିତ ଟୁର୍ନାମେଣ୍ଟର [...]
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ଵକପ୍ରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସୁପର ସଣ୍ଡେରେ ସୁପର ମୁକାବିଲା ପାଇଁ ପ୍ରସ୍ତୁତ ନ୍ୟୁୟର୍କରେ। କ୍ରିକେଟ ପ୍ରେମୀ ମଧ୍ୟ ଉଲ୍ଲସିତ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ଯରେ କୌଣସି ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉ ନ ଥିବା ବେଳେ ବିଶ୍ବକପ୍ ପରି ଆଇସିସି ଇଭେଣ୍ଟ ଉପରେ ଫ୍ୟାନ ମାନଙ୍କ ନଜରରେ ରହିଥାଏ। ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ।
ଭାରତ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିବା ବେଳେ ଚଳିତ ଟୁର୍ନାମେଣ୍ଟର ସବୁଠାରୁ ବଡ଼ ବିପର୍ଯ୍ୟୟରେ ଆମେରିକା ଠାରୁ ହାରିଥିଲା ପାକିସ୍ତାନ ।
ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ଵକପ୍ରେ ୭ ଥର ସାମ୍ନାସାମ୍ନି ହୋଇଛନ୍ତି। ଭାରତ ଏଥୁମଧ୍ୟରୁ ୬ଥର ଜିତିଥିବା ବେଳେ ପାକିସ୍ତାନ ଥରେମାତ୍ର ଜିତିଛି। ୨୦୦୭ ଟି୨୦ ବିଶ୍ବକପ୍ରେ ମ୍ୟାଚ୍ ଟାଇ ରହିଥିବା ବେଳେ ଭାରତ ଏହାକୁ ବୋଲ ଆଉଟରେ ଜିତିଥିଲା। ସେହିପରି ଶେଷ ଥର ପାଇଁ ଅଷ୍ଟ୍ରେଲିଆରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିବା ବେଳେ ବିରାଟ କୋହଲିଙ୍କ ଇନିଂସରେ ଭାରତ ବିଜୟ ହାସଲ କରିଥିଲା।
ନ୍ୟୁୟର୍କର ପିଚ୍ ସମାଲୋଚନାର ଶିକାର ହୋଇଛି। ଡ୍ରପ୍ ଇନ୍ ପିକୁ ତରବରିଆ ଭାବରେ ପ୍ରସ୍ତୁତ କରାଯାଇଥିବା ବେଳେ ଏଠାରେ ମାତ୍ର ଦୁଇଟି ଇନିଂସରେ ୧୦୦ରୁ ଅଧିକ ରନ୍ ସ୍କୋର ହୋଇଛି। ଏପ୍ରିଲ୍ ଏହି ପିଚରେ ଅସମାନ ବାଉନ୍ସ ଦେଖିବାକୁ ମିଳୁଥିବା ବେଳେ ବ୍ୟାଟରଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ପିଟ୍କୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଆଜି ମୋଦୀଙ୍କ ଶପଥ, ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ହେବେ ଆସୀନ
Next Articleଟି-୨୦ ବିଶ୍ୱକପ: ଇଂଲଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
