ଆଜି ମୋଦୀଙ୍କ ଶପଥ, ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ହେବେ ଆସୀନ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ଏପରି କୀର୍ତ୍ତିମାନ ହାସଲ କରିବାରେ ମୋଦୀ ହେବେ ଭାରତର ଦ୍ୱିତୀୟ ରାଜନେତା । ଏନଡିଏର ବିଭିନ୍ନ ସହଯୋଗୀ ଦଳଙ୍କ ଭାଗରେ ନୂଆ ସରକାରରେ କେତୋଟି ମନ୍ତ୍ରୀ ପଦ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଅମିତ ଶାହା ଏବଂ ରାଜନାଥ ସିଂହଙ୍କ ବ୍ୟତୀତ ଦଳର ସଭାପତି ଜେପି ନଡ୍ଡା ଏନେଇ ତେଲୁଗୁ [...]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ରବିବାର କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ଏପରି କୀର୍ତ୍ତିମାନ ହାସଲ କରିବାରେ ମୋଦୀ ହେବେ ଭାରତର ଦ୍ୱିତୀୟ ରାଜନେତା ।
ଏନଡିଏର ବିଭିନ୍ନ ସହଯୋଗୀ ଦଳଙ୍କ ଭାଗରେ ନୂଆ ସରକାରରେ କେତୋଟି ମନ୍ତ୍ରୀ ପଦ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଅମିତ ଶାହା ଏବଂ ରାଜନାଥ ସିଂହଙ୍କ ବ୍ୟତୀତ ଦଳର ସଭାପତି ଜେପି ନଡ୍ଡା ଏନେଇ ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଏନ୍ ଚନ୍ଦ୍ରବାବୁ ନାଇଡୁ, ଜେଡି (ୟୁ)ର ସଭାପତି ନୀତୀଶ କୁମାର ଏବଂ ଶିବସେନାର ଏକନାଥ ସିନ୍ଦେ ଓ ଅନ୍ୟ ସହଯୋଗୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।
ତେବେ ଗୃହ, ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର, ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବିଜେପି ନିଜ ପାଖରେ ରଖିବ। ସହଯୋଗୀ ଦଳଙ୍କୁ ୫ ରୁ ୮ଟି କ୍ୟାବିନେଟ୍ ପଦ ମିଳିପାରେ।
ଶାହ ଏବଂ ସିଂହଙ୍କ ଭଳି ନେତା ନୂଆ କ୍ୟାବିନେଟରେ ସାମିଲ ହେବା ନିଶ୍ଚିତ ମନେ କରାଯାଉଥିବା ବେଳେ ଲୋକସଭା ନିର୍ବାଚନରେ ଜିତିଥିବା ଶିବରାଜ ସିଂହ ଚୌହାନ, ବାସବରାଜ ବୋମ୍ମାଇ, ମନୋହର ଲାଲ ଖଟ୍ଟର ଏବଂ ସର୍ବାନନ୍ଦ ସୋନୋୱାଲଙ୍କ ପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମାନେ ମଧ୍ୟ ସରକାରର ଅଂଶବିଶେଷ ହୋଇପାରନ୍ତି।
ସୂତ୍ରରୁ ପ୍ରକାଶ ଯେ, ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ରାମ ମୋହନ ନାଇଡୁ, ଜେଡି (ୟୁ)ର ଲଲନ ସିଂ, ସଞ୍ଜୟ ଝା ଏବଂ ରାମ ନାଥ ଠାକୁର, ଲୋକ ଜନତା ପାର୍ଟି (ରାମ ବିଳାସ)ର ଚିରାଗ ପାସଓ୍ବନ ପ୍ରମୁଖ ସହଯୋଗୀମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ନୂଆ ସରକାରରେ ସାମିଲ ହୋଇପାରନ୍ତି।
ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ମେଣ୍ଟ ଖରାପ ପ୍ରଦର୍ଶନ କରିଥିଲାବେଳେ ବିହାରରେ ବିରୋଧୀ ମେଣ୍ଟର ପ୍ରତ୍ୟାବର୍ତ୍ତନ ନେଇ ସଙ୍କେତ ମିଳିଛି । ମୋଦୀଙ୍କ ତୃତୀୟ ପାଳି ସରକାର ଗଠନ ସମୟରେ ଏହି ଦୁଇ ରାଜ୍ୟକୁ ମଧ୍ୟ ଧ୍ୟାନ ଦିଆଯାଇପାରେ। ଅକ୍ଟୋବରରେ ମହାରାଷ୍ଟ୍ରରେ ଏବଂ ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି।
ଲୋକସଭା ନିର୍ବାଚନ ପରେ ବିଜେପି ସଂଗଠନରେ ହେବାକୁ ଥିବା ପରିବର୍ତ୍ତନ ମଧ୍ୟ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କଲାବେଳେ ଦଳ ନଜରରେ ରହିବ।
ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଲୋକସଭା ନିର୍ବାଚନ ପାଇଁ ବୃଦ୍ଧି କରାଯାଇଥିଲା । ସାଧାରଣ ନିର୍ବାଚନରେ ଆଶାନୁରୂପ ସଫଳତା ନ ମିଳିବା ପରେ ଦଳ ପାଇଁ ସାଂଗଠନିକ ଆବଶ୍ୟକତା ବିଚାରଯୋଗ୍ୟ ହେବ । କାରଣ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଯେ ଦଳର ସାଂଗଠନିକ ସ୍ଥିତି ଠିକ୍ ନୁହେଁ। ଏପରି ସ୍ଥିତିରେ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କୁ ଦଳୀୟ ସଂଗଠନ ଦାୟିତ୍ଵ ଦିଆଯାଇ ନଡ୍ଡାଙ୍କୁ ସରକାରରେ ସାମିଲ କରାଯିବା ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାଯାଇଛି ।
ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ବିଜେପି କେବଳ ୨୪୦ଟି ଆସନରେ ସୀମିତ ରହିଯାଇଛି, ଯାହା ସଂଖ୍ୟାଗରିଷ୍ଠତା ଠାରୁ ୩୨ ଓ ଗତଥର ତୁଳନାରେ ୯୩ କମ୍। ୨୦୧୯ ନିର୍ବାଚନରେ ଦଳ ୩୦୩ ଆସନ ଜିତିଥିଲା।
ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ, ମାଳଦ୍ୱୀପ ଏବଂ ମରିସସ୍ ଭଳି ପଡ଼ୋଶୀ ଦେଶର ନେତା ଯୋଗଦେବେ।
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
