News Room Odisha
BREAKING
Odia

ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ, ପ୍ରଥମ ଥର ଏସୀୟ ଟିମ୍ ଚାମ୍ପିୟନସିପରେ ଜିତିଲା ସ୍ୱର୍ଣ୍ଣ

ଶାହା ଆଲାମ (ମାଲେସିଆ): ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍। ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପର ରବିବାର ରୋମାଞ୍ଚକର ଫାଇନାଲରେ ଥାଇଲ୍ୟାଣ୍ଡକୁ ୩-୨ରେ ହରାଇ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛି। ପିଭି ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭଲ ପ୍ରଦର୍ଶନ ଜାରି ରଖି ଦୁଇଥର ବ୍ରୋଞ୍ଜ ପଦକ ବିଜେତା ଥାଇଲ୍ୟାଣ୍ଡକୁ ପରାସ୍ତ କରିଛି। ତେବେ ଥାଇଲ୍ୟାଣ୍ଡ ଏହାର ଦୁଇ ଶ୍ରେଷ୍ଠ ଖେଳାଳି ବିଶ୍ୱ ନମ୍ବର [...]

Admin•February 18, 2024
Share Article:

ଶାହା ଆଲାମ (ମାଲେସିଆ): ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଟିମ୍। ବ୍ୟାଡମିଣ୍ଟନ ଏସିଆ ଟିମ୍ ଚାମ୍ପିଅନସିପର ରବିବାର ରୋମାଞ୍ଚକର ଫାଇନାଲରେ ଥାଇଲ୍ୟାଣ୍ଡକୁ ୩-୨ରେ ହରାଇ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛି।

ପିଭି ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭଲ ପ୍ରଦର୍ଶନ ଜାରି ରଖି ଦୁଇଥର ବ୍ରୋଞ୍ଜ ପଦକ ବିଜେତା ଥାଇଲ୍ୟାଣ୍ଡକୁ ପରାସ୍ତ କରିଛି।

ତେବେ ଥାଇଲ୍ୟାଣ୍ଡ ଏହାର ଦୁଇ ଶ୍ରେଷ୍ଠ ଖେଳାଳି ବିଶ୍ୱ ନମ୍ବର ୧୩ ରାଚାନକ ଇନ୍ତାନନ୍ ଏବଂ ବିଶ୍ୱ ନମ୍ବର ୧୬ ପର୍ଣ୍ଣପୱି ଚୋଚୁଆଙ୍ଗଙ୍କ ବିନା ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲା, ଯାହା ଭାରତର‌ କାମ ସାମାନ୍ୟ ସହଜ କରି ଦେଇଥିଲା | ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ଆହତ କାରଣରୁ ପ୍ରାୟ ଚାରିମାସର ବ୍ରେକରୁ ଫେରି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ସିଙ୍ଗଲ୍ସରେ ବିଶ୍ୱ ନମ୍ବର ୧୭ ସୁପାନିଡା କ୍ୟାଥେଥଙ୍ଗଙ୍କୁ ୨୧-୧୨ ୨୧-୧୨ ରେ ପରାସ୍ତ କରିଥିଲେ।
ଭାରତ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ପଦକ ଜିତିଥିଲା। ଭାରତୀୟ ପୁରୁଷ ଦଳ ୨୦୧୬ ଓ ୨୦୨୦ରେ ବ୍ରୋଞ୍ଜ ପଦକ ଜିତିଥିଲେ |

#Odia#Odisha#News
Share Article:

Related Articles