ଟେଷ୍ଟ କ୍ରିକେଟରେ ଭାରତର ସର୍ବବୃହତ୍ ବିଜୟ, ରାଜକୋଟରେ ଇଂଲଣ୍ଡକୁ ୪୩୪ ରନରେ ହରାଇଲା, ୨-୧ରେ ସିରିଜ୍ ଅଗ୍ରଣୀ
ରାଜକୋଟ୍: ତୃତୀୟ ଟେଷ୍ଟକୁ ରେକର୍ଡ ବ୍ୟବଧାନରେ ଜିତିଛି ଭାରତ। ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ଦ୍ୱିଶତକ ପରେ ଲୋକାଲ ବୟ ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୪୩୪ ରନରେ ମାତ୍ ଦେଇଛି । ରନ୍ ଦୃଷ୍ଟିରୁ ଏହା ଟେଷ୍ଟ କ୍ରିକେଟରେ ଭାରତର ସର୍ବବୃହତ୍ ବିଜୟ । ଏହା ପୂର୍ବରୁ ଭାରତ ୨୦୨୧ରେ ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନରେ ହରାଇଥିଲା । ଭାରତ ପ୍ରଦତ୍ତ ୫୫୭ ରନ୍ର ବିଶାଳ ଟାର୍ଗେଟକୁ ପିଛା କରିବାକୁ [...]
ରାଜକୋଟ୍: ତୃତୀୟ ଟେଷ୍ଟକୁ ରେକର୍ଡ ବ୍ୟବଧାନରେ ଜିତିଛି ଭାରତ। ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ଦ୍ୱିଶତକ ପରେ ଲୋକାଲ ବୟ ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ସ୍ପିନ ବଳରେ ଭାରତ ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ୪୩୪ ରନରେ ମାତ୍ ଦେଇଛି । ରନ୍ ଦୃଷ୍ଟିରୁ ଏହା ଟେଷ୍ଟ କ୍ରିକେଟରେ ଭାରତର ସର୍ବବୃହତ୍ ବିଜୟ । ଏହା ପୂର୍ବରୁ ଭାରତ ୨୦୨୧ରେ ମୁମ୍ବାଇରେ ନ୍ୟୁଜିଲ୍ୟାଣ୍ଡକୁ ୩୭୨ ରନରେ ହରାଇଥିଲା ।
ଭାରତ ପ୍ରଦତ୍ତ ୫୫୭ ରନ୍ର ବିଶାଳ ଟାର୍ଗେଟକୁ ପିଛା କରିବାକୁ ଯାଇ ଇଂଲଣ୍ଡ ଚତୁର୍ଥ ଦିନର ଶେଷ ସେସନରେ ୧୨୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ଜାଡେଜା ୪୧ ରନ୍ ଦେଇ ୫ ଓ୍ବିକେଟ୍ ହାସଲ କରିଥିଲେ । କୁଲଦୀପ ଯାଦବ ୨ଟି ଓ୍ବିକେଟ୍ ନେଇଥିବା ବେଳେ ବୁମରା ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ। ଇଂଲଣ୍ଡ ତରଫରୁ ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ମାର୍କ ଉଡ୍ ସର୍ବାଧିକ ୩୩ ରନ୍ କରିଥିଲେ। ପ୍ରଥମ ଇନିଂସରେ ଶତକୀୟ ପାଳି ପରେ ଦ୍ଵିତୀୟ ଇନିଂସରେ ୫ ଓ୍ବିକେଟ୍ ସଫଳତା ପାଇଁ ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଏହି ଦମଦାର ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ସିରିଜର ଚତୁର୍ଥ ଟେଷ୍ଟ ଫେବୃଆରୀ ୨୩ରୁ ରାଞ୍ଚିରେ ଖେଳାଯିବ ।
୫୫୭ ରନର ବିଶାଳ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡର ବ୍ୟାଟିଂ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା । ଇଂଲଣ୍ଡ ଏକଦା ୫୦ ରନରେ ୭ ଓ୍ବିକେଟ୍ ହରାଇ ଦେଇଥିଲା। ଶେଷ ଆଡକୁ ନିମ୍ନଭାଗ ବ୍ୟାଟ୍ସମ୍ୟାନ୍ ଉଡ୍ ଓ ହାର୍ଟଲି କିଛି ସଟ୍ ଖେଳିବା ଯୋଗୁଁ ଦଳ ୧୦୦ ରନ୍ ଟପିଥିଲା ।
ପୂର୍ବରୁ ଯୁବ ଓପନର୍ ଯଶସ୍ବୀ ଜୈସୱାଲ ଚଳିତ ସିରିଜରେ କ୍ରମାଗତ ଦ୍ବିତୀୟ ଦ୍ୱିଶତକ ହାସଲ କରିଥିବା ବେଳେ ଭାରତ ୪ ୱିକେଟ୍ ହରାଇ ୪୩୦ ରନରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ତୃତୀୟ ଦିବସରେ ଆଘାତ କାରଣରୁ ୧୦୪ ରନ୍ କରି ରିଟାୟର୍ଡ ହର୍ଟ ହୋଇଥିବା ଯଶସ୍ବୀ ଆଜି କ୍ରିଜକୁ ଫେରି ପୁଣି ଛକା-ଚୌକା ବର୍ଷା କରି ଦ୍ୱିଶତକ ପୂରଣ କରିଥିଲେ। ସେ ୨୩୬ ବଲରେ ୧୪ ଚୌକା ଓ ୧୨ଟି ଛକା ସହାୟତାରେ ଅପରାଜିତ ୨୧୪ ରନ୍ କରିଥିଲେ ।
ଶୁଭମାନ ଗିଲ୍ ଦୁର୍ଭାଗ୍ୟଜନକ ଭାବେ ଶତକରୁ ବଞ୍ଚିତ ହୋଇଥିଲେ । ଗିଲ୍ ୯୧ ରନର ବ୍ୟକ୍ତିଗତ ସ୍କୋରରେ ରନ୍ ଆଉଟ୍ ହୋଇଥିଲେ। ଡେବୁଟାଣ୍ଟ ସରଫରାଜ ଖାନ କ୍ରମାଗତ ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରି ପୁଣି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ। ପ୍ରଥମ ଇନିଂସରେ ୬୨ ରନ୍ କରିଥିବା ସରଫରାଜ ଦ୍ବିତୀୟ ଇନିଂସରେ ଅପରାଜିତ ୬୮ ରନ୍ କରିଥିଲେ । ନାଇଟ୍ ଓ୍ବାଚମ୍ୟାନ୍ କୁଲଦୀପ ଯାଦବ ୨୭ ରନର ଯୋଗଦାନ କରିଥିଲେ ।
ପ୍ରଥମ ଇନିଂସରେ ଭାରତର ୪୪୫ ରନ୍ ଜବାବରେ ଇଂଲଣ୍ଡ ୩୧୯ ରନରେ ଆଉଟ୍ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୧୨୬ ରନର ଅଗ୍ରଣୀ ହାସଲ କରିଥିଲା ।
ଇତିହାସ ରଚିଲା ଭାରତୀୟ ମହିଳା ବ୍ୟାଡମିଣ୍ଟନ ଦଳ, ପ୍ରଥମ ଥର ଏସୀୟ ଟିମ୍ ଚାମ୍ପିୟନସିପରେ ଜିତିଲା ସ୍ୱର୍ଣ୍ଣ
Next Articleମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଜନଜାତି ଛାତ୍ରୀ ନିବାସ ମାଟ୍ରନମାନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
