News Room Odisha
BREAKING
Odia

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ତେହେରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପୂର୍ବ ଆଜରବାଇଜାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ରାଷ୍ଟ୍ରପତି ରଇସୀଙ୍କ ସହ ଇରାନର ବିଦେଶ ମନ୍ତ୍ରୀ ମଧ୍ୟ ଥିଲେ। ହେଲିକପ୍ଟର ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ। ଖରାପ ପାଗ ଯୋଗୁଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାରି ନାହାଁନ୍ତି। ରାଷ୍ଟ୍ରପତି ରଇସୀଙ୍କ ଅବସ୍ଥା ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ [...]

Admin•May 19, 2024
Share Article:

ତେହେରାନ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପୂର୍ବ ଆଜରବାଇଜାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ରାଷ୍ଟ୍ରପତି ରଇସୀଙ୍କ ସହ ଇରାନର ବିଦେଶ ମନ୍ତ୍ରୀ ମଧ୍ୟ ଥିଲେ। ହେଲିକପ୍ଟର ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ। ଖରାପ ପାଗ ଯୋଗୁଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାରି ନାହାଁନ୍ତି। ରାଷ୍ଟ୍ରପତି ରଇସୀଙ୍କ ଅବସ୍ଥା ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ।

ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଆଜରବାଇଜାନ ସୀମାରେ ଅବସ୍ଥିତ ଜୋଲଫା ସହର ନିକଟରେ ଏହି ଦୁର୍ଘଟଣା ଘଟିଛି। ରଇସୀ ରବିବାର ସକାଳେ ଆଜରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିଏଭଙ୍କ ସହ ଏକ ଡ୍ୟାମର ଉଦଘାଟନ ପାଇଁ ଆଜରବାଇଜାନ ଗସ୍ତ କରିଥିଲେ।

 

 

#Odia#Odisha#News
Share Article:

Related Articles