News Room Odisha
BREAKING
Odia

ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇଲା ସନରାଇଜର୍ସ

ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ନିର୍ଭୀକ ଇନିଂସ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ଆଇପିଏଲର ଏକ ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ହେଲେ ସନରାଇଜର୍ସ ୧୯.୧ ଓଭରରେ ୬ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ହାଇଦ୍ରାବାଦ ପ୍ରଥମ ବଲରେ ହିଁ ଇନ୍ ଫର୍ମ୍ ଓପନର ଟ୍ରାଭିସ ହେଡଙ୍କ ଓ୍ବିକେଟ୍ ହରାଇଥିଲା। ହେଡ୍ [...]

Admin•May 19, 2024
Share Article:

ହାଇଦ୍ରାବାଦ: ଅଭିଷେକ ଶର୍ମାଙ୍କ ନିର୍ଭୀକ ଇନିଂସ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ରବିବାର ଆଇପିଏଲର ଏକ ହାଇସ୍କୋରିଂ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୪ ୱିକେଟରେ ହରାଇ ଦେଇଛି।

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ହେଲେ ସନରାଇଜର୍ସ ୧୯.୧ ଓଭରରେ ୬ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ହାଇଦ୍ରାବାଦ ପ୍ରଥମ ବଲରେ ହିଁ ଇନ୍ ଫର୍ମ୍ ଓପନର ଟ୍ରାଭିସ ହେଡଙ୍କ ଓ୍ବିକେଟ୍ ହରାଇଥିଲା। ହେଡ୍ ଖାତା ଖୋଲିନପାରି‌ ଅର୍ଶଦୀପ ସିଂଙ୍କ ବଲରେ ବୋଲ୍ଡ ହୋଇଥିଲେ । ହେଲେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଅଭିଷେକ ଶର୍ମା ୨୮ ବଲରେ ୫ ଚୌକା ଓ ୬ଟି ଛକା ସହ ବିସ୍ଫୋରକ ୬୬ ରନର ଇନିଂସ୍ ଖେଳି ହାଇଦ୍ରାବାଦ ଚେଜକୁ ସମ୍ଭାଳିଥିଲେ। ଅଭିଷେକ ସାଥୀ ଖେଳାଳି ରାହୁଲ ତ୍ରିପାଠୀ (୩୩)ଙ୍କ ସହ ଦ୍ବିତୀୟ ୱିକେଟ୍ ପାଇଁ ୩୦ ବିଲରେ ୭୨ ରନ୍ ଏବଂ ତୃତୀୟ ୱିକେଟ୍ ପାଇଁ ନୀତୀଶ କୁମାର ରେଡ୍ଡୀ (୩୭)ଙ୍କ ସହ ୩୧ଟି ବଲରେ ୫୭ ରନର ଭାଗିଦାରୀ କରି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ । ଏହାଛଡ଼ା କ୍ଲାସେନ୍ ୩ ଚୌକା ଓ ଦୁଇଟି ଛକା ସହ ୨୬ ବଲରେ ୪୨ ରନରେ ଇନିଂସ ସହ ଦଳର ବିଜୟରେ ଫିନିଶିଂ ଟଚ୍ ଦେଇଥିଲେ।

ପୂର୍ବରୁ ପ୍ଲେ ଅଫରେ ସ୍ଥାନ ପକ୍କା କରିସାରିଥିବା ସନରାଇଜର୍ସ ଏହି ଦମଦାର ବିଜୟ ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି । ଦଳ ୧୪ଟି ମ୍ୟାଚରୁ ୧୭ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ପଞ୍ଜାବ ୧୦ ପଏଣ୍ଟ ସହ ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ସନରାଇଜର୍ସ ବର୍ତ୍ତମାନ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି । ତେବେ ଦଳ ଏହି ସ୍ଥାନ ବଜାୟ ରଖିବ କି ନାହିଁ ତାହା ଆଜି ସନ୍ଧ୍ୟାରେ ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ମଧ୍ୟରେ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପାଇଁ ଓପନର୍ ପ୍ରଭସୀମ୍ରନ ସିଂ ୪୫ ବଲରେ ୭୧ ରନର ଇନିଂସ ଖେଳିଥିବା ବେଳେ ରୁସୋ ୪୯, ତାୟଡେ ୪୬ ଓ କାମଚଳା ଅଧିନାୟକ ଜିତେଶ ଶର୍ମା ଦ୍ରୁତ ୩୨ ରନ୍ କରିଥିଲେ ।

#Odia#Odisha#News
Share Article:

Related Articles