ଅମ୍ବାନୀଙ୍କ ପୁଅ ବାହାଘର ପାଇଁ ଜାମନଗର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ଦେଲେ ସରକାର
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ ସେରିମନି ପାଇଁ ଗୁଜରାଟର ଜାମନଗର ସ୍ଥିତ ଡିଫେନ୍ସ ବିମାନବନ୍ଦରକୁ ୧୦ ଦିନ ପାଇଁ ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଅମ୍ବାନୀଙ୍କ ପୁଅ ବାହାଘର ପାଇଁ ଜାମନଗରରେ ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ, ରିହାନା, ଇଭାଙ୍କା ଟ୍ରମ୍ପ ଭଳି ଦେଶ ବିଦେଶରୁ ବହୁ ବିଶିଷ୍ଟ ଅତିଥିଙ୍କ ଆଗମନ ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜାମନଗରରେ ଫେବୃଆରୀ ୨୫ [...]
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ ସେରିମନି ପାଇଁ ଗୁଜରାଟର ଜାମନଗର ସ୍ଥିତ ଡିଫେନ୍ସ ବିମାନବନ୍ଦରକୁ ୧୦ ଦିନ ପାଇଁ ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ଦେଇଛନ୍ତି କେନ୍ଦ୍ର ସରକାର । ଅମ୍ବାନୀଙ୍କ ପୁଅ ବାହାଘର ପାଇଁ ଜାମନଗରରେ ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ, ରିହାନା, ଇଭାଙ୍କା ଟ୍ରମ୍ପ ଭଳି ଦେଶ ବିଦେଶରୁ ବହୁ ବିଶିଷ୍ଟ ଅତିଥିଙ୍କ ଆଗମନ ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଜାମନଗରରେ ଫେବୃଆରୀ ୨୫ ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ବନ୍ଦର ଅବତରଣ କରିପାରିବ। ଏହାଛଡ଼ା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ପ୍ରତ୍ୟକ୍ଷ ଭାବେ ଏହି ବିମାନ ବନ୍ଦରରେ କଷ୍ଟମ୍ସ, ଇମିଗ୍ରେସନ ଏବଂ କ୍ୱାରାଣ୍ଟାଇନ ସୁବିଧା ବ୍ୟବସ୍ଥାର ତଦାରଖ କରୁଛନ୍ତି।
ଜାମନଗର ହେଉଛି ଏକ ଡିଫେନ୍ସ ଏୟାରପୋର୍ଟ । ଏଠାରେ ପୂର୍ବରୁ କମର୍ସିଆଲ ଫ୍ଲାଇଟ୍ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଏକ ଯାତ୍ରୀ ଟର୍ମିନାଲ ବିଲଡିଂ ନିର୍ମାଣ କରିଛି | ତେବେ ଅନନ୍ତ ଅମ୍ବାନୀଙ୍କ ବାହାଘର ପାଇଁ ଭାରତୀୟ ବାୟୁସେନା (ଆଇଏଏଫ୍) ଏହାର ସମ୍ବେଦନଶୀଳ ‘ଟେକ୍ନିକାଲ ଅଞ୍ଚଳ’ରେ ମଧ୍ୟ ପ୍ରବେଶ ଅନୁମତି ଦେଇଛି।
କତାରର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ୍ଲାରହମାନ ଅଲ ଥାନି, ସାଉଦି ତୈଳ କମ୍ପାନୀ ଆରାମକୋ ଚେୟାରମ୍ୟାନ୍ ୟାସିର ଅଲ-ରୁମାୟନ, ଡିଜନୀ ସିଇଓ ବବ ଆଇଗର, ଆମେରିକୀୟ ଶିଳ୍ପପତି ତଥା ବ୍ୟବସାୟୀ ଲ୍ୟାରି ଫିଙ୍କ ଭଳି ଭିଭିଆଇପିଙ୍କ ଫ୍ଲାଇଟ୍ ଶୁକ୍ରବାର ଜାମନଗର ବିମାନବନ୍ଦରରେ ଅବତରଣ କରିଥିଲା । ଏହାଛଡ଼ା ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ, ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ କେଭିନ ରୁଡ୍ ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାରପର୍ ମଧ୍ୟ ପହଞ୍ଚିଛନ୍ତି ।
ଅତିଥିମାନଙ୍କ ସୁବିଧା ପାଇଁ ଏଏଆଇ ପାସେଞ୍ଜର ହଲ୍ ଆକାରକୁ ୪୭୫ ବର୍ଗ ମିଟରରୁ ୯୦୦ ବର୍ଗ ମିଟରକୁ ସମ୍ପ୍ରସାରିତ କରାଯାଇଛି । ବିମାନବନ୍ଦରର କର୍ମଚାରୀ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ୧୬ ବଦଳରେ ୩୫ ଜଣ ହାଉସକିପିଂ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଛି। ସରକାର ସୁରକ୍ଷା କର୍ମୀଙ୍କ ମୁତୟନ ମଧ୍ୟ ଦ୍ୱିଗୁଣିତ କରି ୩୫ ରୁ ୭୦ କରିଛନ୍ତି।
ସେହିଭଳି ଭାରତୀୟ ବାୟୁସେନା ମଧ୍ୟ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାରରେ ଅଧିକ କର୍ମଚାରୀ ନିୟୋଜିତ କରିଛି। ବିମାନ ବନ୍ଦରର ଶୌଚାଳୟ ଗୁଡ଼ିକର ନବୀକରଣ କରାଯାଇ ଏଥିରେ ରଙ୍ଗ ଦିଆଯାଇଛି। ଏହାଛଡ଼ା ଦେଶ ଓ ବିଦେଶରୁ ଅତିଥି ମାନଙ୍କୁ ନେବା ଆଣିବା ପାଇଁ ଅନେକ ଘରୋଇ ବିମାନ ବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ ତିନୋଟି ୧୮୦ ସିଟ୍ ବିଶିଷ୍ଟ ବୋଇଂ ୭୩୭ ବିମାନ ପ୍ରସ୍ତୁତ ରଖିଛି ।
ଜନଜାତି ବହୁଳ ଜିଲ୍ଲାମାନଙ୍କରେ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ ୧୦ ହଜାର ଟଙ୍କାକୁ ବୃଦ୍ଧି ,ଯୋଗ୍ୟତା ଭିତ୍ତିରେ ନିୟମିତ କରାଯିବ
Next Articleଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ଲାଞ୍ଚୁଆ ଏଏସଆଇ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
