News Room Odisha
BREAKING
Odia

ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ଲାଞ୍ଚୁଆ ଏଏସଆଇ

ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଏଏସଆଇ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୋଲିସ ଥାନାର ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜଣେ ଅଭିଯୁକ୍ତଙ୍କ ମାମଲା କୋହଳ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମକୁ ଦେଖି ଏଏସଆଇ ସୀମାଞ୍ଚଳ ଲାଞ୍ଚ ଟଙ୍କା ପୋଲିସ ଥାନା ମାଲଖାନାରେ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା [...]

Admin•March 2, 2024
Share Article:

ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଏଏସଆଇ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୋଲିସ ଥାନାର ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜଣେ ଅଭିଯୁକ୍ତଙ୍କ ମାମଲା କୋହଳ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମକୁ ଦେଖି ଏଏସଆଇ ସୀମାଞ୍ଚଳ ଲାଞ୍ଚ ଟଙ୍କା ପୋଲିସ ଥାନା ମାଲଖାନାରେ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ଜବତ କରିଛି । ଏହାପରେ ଏଏସଆଇଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ।

କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଭଦ୍ରେଶ୍ଵର ଥାନା ଏଏସଆଇ ଆଲୋକ କୁମାର ଷଡ଼ଙ୍ଗୀ ମଧ୍ୟ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଥିବା ଭାଉଁରିଆ ପଞ୍ଚାୟତ ନହଙ୍ଗ ଗ୍ରାମର ଜଗବନ୍ଧୁ ରାଉତଙ୍କ ବିରୋଧରେ ଥିବା କେସ୍ ଦଫା କୋହଳ କରିବା ପାଇଁ ଆଲୋକ କୁମାର ଷଡ଼ଙ୍ଗୀ ୮୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

#Odia#Odisha#News
Share Article:

Related Articles