News Room Odisha
BREAKING
Odia

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମୈତ୍ରଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ । ସିବିଆଇକୁ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ଲିଙ୍କ୍ ସମ୍ପର୍କରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ [...]

Admin•March 20, 2024
Share Article:

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ବହିଷ୍କୃତ ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ । ସିବିଆଇକୁ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ଲିଙ୍କ୍ ସମ୍ପର୍କରେ ପ୍ରଶ୍ନ ପଚାରିବା ପାଇଁ ମହୁଆ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଇଥିଲେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଅଭିଯୋଗ କରିଥିଲେ । ସେ ଦାବି କରିଥିଲେ ଯେ ମୈତ୍ରଙ୍କ ପାଇଁ ପ୍ରଶ୍ନ ପ୍ରସ୍ତୁତ କରିବା ପାଇଁ ହିରାନନ୍ଦାନୀ ବିଭିନ୍ନ ସ୍ଥାନରୁ ଏବଂ ମୁଖ୍ୟତଃ ଦୁବାଇରୁ ମୈତ୍ରଙ୍କ ଲଗଇନ୍ ଆଇଡି ବ୍ୟବହାର କରିଥିଲେ। ଦୁବେଙ୍କ ଅଭିଯୋଗ ପରେ ଲୋକସଭା ବାଚସ୍ପତି ଏହି ମାମଲାକୁ ଏଥିକ୍ସ କମିଟିକୁ ପଠାଇଥିଲେ। କମିଟି ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରିବାକୁ ସୁପାରିସ କରିଥିଲା ।

#Odia#Odisha#News
Share Article:

Related Articles