News Room Odisha
BREAKING
Odia

ଲୋକସଭା ନିର୍ବାଚନ ଯୋଗୁଁ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ୍) ସ୍ଥଗିତ ରଖାଯାଇଛି । ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ୟୁପିଏସସି ଏହି ପରୀକ୍ଷା ସ୍ଥଗିତ ନେଇ ଏହାର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ସୂଚନା ଦେଇଛି। ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା ମେ ୨୬ରୁ ଆରମ୍ଭ ହେବାର ଥିଲା। ଗତ ଶୁକ୍ରବାର ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ ରୁ ଜୁନ୍ ୧ [...]

Admin•March 20, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯୋଗୁଁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ୍) ସ୍ଥଗିତ ରଖାଯାଇଛି । ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ୟୁପିଏସସି ଏହି ପରୀକ୍ଷା ସ୍ଥଗିତ ନେଇ ଏହାର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ସୂଚନା ଦେଇଛି। ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା ମେ ୨୬ରୁ ଆରମ୍ଭ ହେବାର ଥିଲା।

ଗତ ଶୁକ୍ରବାର ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଲୋକସଭା ନିର୍ବାଚନ ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜୁନ୍ ୪ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ । ଲୋକସଭା ନିର୍ବାଚନ ଦୃଷ୍ଟିରୁ ସିଭିଲ ସର୍ଭିସ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ୟୁପିଏସସି ।

ୟୁପିଏସସି ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ‘ସାଧାରଣ ନିର୍ବାଚନ କାର୍ଯ୍ୟସୂଚୀ ଯୋଗୁଁ ୨୬-୦୫-୨୦୨୪ ରୁ ୧୬-୦୬-୨୦୨୪ ପର୍ଯ୍ୟନ୍ତ ହେବାକୁ ଥିବା ସିଭିଲ ସର୍ଭିସେସ୍ (ପ୍ରିଲିମ୍) ପରୀକ୍ଷା-୨୦୨୪ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍) ପାଇଁ ଅଧିକାରୀ ଚୟନ କରିବାକୁ ୟୁପିଏସସି ଦ୍ୱାରା ପ୍ରତିବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷା କରାଯାଏ |

#Odia#Odisha#News
Share Article:

Related Articles