News Room Odisha
BREAKING
Odia

ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲା: ଅନମୋଲ ବିଷ୍ଣୋଇ ବିରୋଧରେ ‘ଲୁକ୍ଆଉଟ୍ ସର୍କୁଲାର’ ଜାରି

ମୁମ୍ବାଇ: ଚଳିତ ମାସରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ମୁମ୍ବାଇ ପୋଲିସ ‘ଲୁକ୍ଆଉଟ୍ ସର୍କୁଲାର’ (ଏଲ୍ଓସି) ଜାରି କରିଛି। ଜଣେ ଅଧିକାରୀଙ୍କ କହିବା ଅନୁସାରେ ସମ୍ପ୍ରତି ଗୁଜରାଟର ସାବରମତୀ ଜେଲରେ ଥିବା ଲରେନ୍ସ ବିଷ୍ଣୋଇକୁ ମଧ୍ୟ ପୋଲିସ ଗିରଫ କରିପାରେ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (ମକୋକା) ଲାଗୁ କରିବାକୁ [...]

Admin•April 27, 2024
Share Article:

ମୁମ୍ବାଇ: ଚଳିତ ମାସରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ମୁମ୍ବାଇ ପୋଲିସ ‘ଲୁକ୍ଆଉଟ୍ ସର୍କୁଲାର’ (ଏଲ୍ଓସି) ଜାରି କରିଛି।

ଜଣେ ଅଧିକାରୀଙ୍କ କହିବା ଅନୁସାରେ ସମ୍ପ୍ରତି ଗୁଜରାଟର ସାବରମତୀ ଜେଲରେ ଥିବା ଲରେନ୍ସ ବିଷ୍ଣୋଇକୁ ମଧ୍ୟ ପୋଲିସ ଗିରଫ କରିପାରେ । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟ (ମକୋକା) ଲାଗୁ କରିବାକୁ ବିଚାର କରୁଛି।

ସେ କହିଛନ୍ତି, ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ପାଇଁ ଅନମୋଲ ବିଷ୍ଣୋଇ ନିଜକୁ ଦାୟୀ କରିଥିଲା। ତଦନ୍ତରୁ ମଧ୍ୟ ତା’ର ସମ୍ପୃକ୍ତି ଥିବା ଜଣାପଡ଼ିଛି, ଏହା ପରେ ଶୁକ୍ରବାର ମୁମ୍ବାଇ ପୋଲିସ ତା’ ବିରୋଧରେ ଏଲ୍ଓସି ଜାରି କରିଛି।

ଏହି ମାମଲାରେ ଅନମୋଲ ଏବଂ ଲରେନ୍ସ ବିଷ୍ଣୋଇକୁ ‘ଓ୍ବାଣ୍ଟେଡ୍’ ଅଭିଯୁକ୍ତ ଭାବେ ଘୋଷିତ କରାଯାଇଛି। ଅନମୋଲ କାନାଡାରେ ରହୁଛି ଏବଂ ପ୍ରାୟତଃ ଆମେରିକା ଆସି ଥାଉଛି । ତେବେ ଯେଉଁ ଆକାଉଣ୍ଟରୁ ସେ ଫେସବୁକରେ ଏକ ପୋଷ୍ଟ ଜରିଆରେ ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ ବୋଲି କହିଥିଲା, ତା’ର ‘ଆଇପି’ ଆଡ୍ରେସ୍ ପର୍ତ୍ତୁଗାଲର ଥିଲା ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୪ ତାରିଖ ସକାଳେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ଘର ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଦୁଇଜଣ ମୋଟରସାଇକେଲ ଆରୋହୀ ୪-୫ ରାଉଣ୍ଡ ଗୁଳି ଫୁଟାଇଥିଲେ । ଏହି ମାମଲାରେ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ଭିକି ଗୁପ୍ତା (୨୪), ସାଗର ପାଲ (୨୧), ସୋନୁ କୁମାର ସୁଭାଷ ଚନ୍ଦର ବିଷ୍ଣୋଇ (୩୭) ଏବଂ ଅନୁଜ ତପନ (୩୨)ଙ୍କୁ ଗିରଫ କରିଛି। ଭିକି ଗୁପ୍ତା ଏବଂ ସାଗର ପାଲ ବିହାରର ବାସିନ୍ଦା। ମାର୍ଚ୍ଚ ୧୫ରେ ସୋନୁ ଏବଂ ଅନୁଜ ଉଭୟଙ୍କୁ ଦୁଇଟି ଦେଶୀ ପିସ୍ତଲ ଏବଂ କାର୍ଟ୍ରିଜ୍ ଦେଇଥିଲେ |

ସୋନୁ ଏବଂ ଅନୁଜ ଫାଜିଲକାରେ ରୁହନ୍ତି। ପଞ୍ଜାବର ଗଙ୍ଗାପୁରରେ ରୁଜୁ ଏକ ଗୁଳିକାଣ୍ଡ ମାମଲାରେ ମଧ୍ୟ ଲରେନ୍ସ ଏବଂ ଅନମୋଲ ବିଷ୍ଣୋଇ ସହ ଉଭୟ (ସୋନୁ ଏବଂ ଅନୁଜ) ଅଭିଯୁକ୍ତ ବୋଲି ପୋଲିସ କହିଛି।

#Odia#Odisha#News
Share Article:

Related Articles