News Room Odisha
BREAKING
Odia

‘ତାରକ ମେହେଟ୍ଟା କା ଓଲଟା ଚଷମା’ ଅଭିନେତା ଗୁରୁଚରଣ ସିଂହ ନିଖୋଜ

ନୂଆଦିଲ୍ଲୀ: ଟିଭି ଧାରାବାହିକ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ରୋଶନ ସିଂହ ସୋଧି ଚରିତ୍ରରେ ଅଭିନୟ ପାଇଁ ଲୋକପ୍ରିୟ ହୋଇଥିବା ଅଭିନେତା ଗୁରୁଚରଣ ସିଂହ ନିଖୋଜ ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୫୦ ବର୍ଷୀୟ ଏହି ଅଭିନେତାଙ୍କ ବାପା ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ଗୁରୁଚରଣ ୨୨ ଏପ୍ରିଲରେ ସକାଳ ୮.୩୦ରେ ମୁମ୍ବାଇ ଯିବା ପାଇଁ ବିମାନ ବନ୍ଦର ଯାଇଥିଲେ। ତେବେ ସେ ମୁମ୍ବାଇରେ ପହଞ୍ଚି ନଥିଲେ । ତାଙ୍କ [...]

Admin•April 27, 2024
Share Article:

ନୂଆଦିଲ୍ଲୀ: ଟିଭି ଧାରାବାହିକ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ରୋଶନ ସିଂହ ସୋଧି ଚରିତ୍ରରେ ଅଭିନୟ ପାଇଁ ଲୋକପ୍ରିୟ ହୋଇଥିବା ଅଭିନେତା ଗୁରୁଚରଣ ସିଂହ ନିଖୋଜ ହୋଇଯାଇଛନ୍ତି।

ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୫୦ ବର୍ଷୀୟ ଏହି ଅଭିନେତାଙ୍କ ବାପା ପୋଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ଗୁରୁଚରଣ ୨୨ ଏପ୍ରିଲରେ ସକାଳ ୮.୩୦ରେ ମୁମ୍ବାଇ ଯିବା ପାଇଁ ବିମାନ ବନ୍ଦର ଯାଇଥିଲେ। ତେବେ ସେ ମୁମ୍ବାଇରେ ପହଞ୍ଚି ନଥିଲେ । ତାଙ୍କ ଫୋନ୍ ମଧ୍ୟ ଲାଗୁନଥିଲା।

ଏକାଧିକ ଟିମ୍ ଗଠନ କରି ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ସେଦିନ (ଏପ୍ରିଲ ୨୨) ପ୍ରକୃତରେ କ’ଣ ଘଟିଥିଲା ତାହା ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରାଯାଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

#Odia#Odisha#News
Share Article:

Related Articles