News Room Odisha
BREAKING
Odia

ନିର୍ବାଚନ କମିଶନଙ୍କ ପରେ ମହାରାଷ୍ଟ୍ର ବାଚସ୍ପତି ମଧ୍ୟ ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ ଏନସିପି କହିଲେ

ମୁମ୍ବାଇ: ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାର୍ଭେକର ରାୟ ଶୁଣାଇଛନ୍ତି । ସେ ଅଜିତ ପାଓ୍ବାର ଗୋଷ୍ଠୀ ବିଧାୟକ ମାନଙ୍କୁ ଯୋଗ୍ୟ ବୋଲି ଘୋଷଣା କରି ସେମାନଙ୍କ ବିରୋଧରେ ଦାଖଲ ସମସ୍ତ ଆବେଦନ ଖାରଜ କରିଛନ୍ତି। ସେ ଅଜିତଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ମଧ୍ୟ କହିଛନ୍ତିି। ଅଜିତ ପାୱାରଙ୍କୁ ୪୧ ଏନସିପି ବିଧାୟକଙ୍କ ସମର୍ଥନ ରହିଛି। ଜୁଲାଇ ୨୦୨୩ରେ ଦାଦା ଶରଦ ପାୱାରଙ୍କ [...]

Admin•February 15, 2024
Share Article:

ମୁମ୍ବାଇ: ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନାର୍ଭେକର ରାୟ ଶୁଣାଇଛନ୍ତି । ସେ ଅଜିତ ପାଓ୍ବାର ଗୋଷ୍ଠୀ ବିଧାୟକ ମାନଙ୍କୁ ଯୋଗ୍ୟ ବୋଲି ଘୋଷଣା କରି ସେମାନଙ୍କ ବିରୋଧରେ ଦାଖଲ ସମସ୍ତ ଆବେଦନ ଖାରଜ କରିଛନ୍ତି। ସେ ଅଜିତଙ୍କ ଗୋଷ୍ଠୀକୁ ପ୍ରକୃତ ଏନସିପି ବୋଲି ମଧ୍ୟ କହିଛନ୍ତିି। ଅଜିତ ପାୱାରଙ୍କୁ ୪୧ ଏନସିପି ବିଧାୟକଙ୍କ ସମର୍ଥନ ରହିଛି।

ଜୁଲାଇ ୨୦୨୩ରେ ଦାଦା ଶରଦ ପାୱାରଙ୍କ ଏନସିପି ଭାଙ୍ଗି ଅଜିତ ପାୱାର ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାରରେ ସାମିଲ ହୋଇଥିଲେ। ଅଜିତ ଗୋଷ୍ଠୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଶରଦ ପାୱାରଙ୍କ ଦଳ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।

ନିର୍ବାଚନ କମିଶନ ମଧ୍ୟ ୫ ଫେବୃଆରୀ ୨୦୨୪ରେ ଅଜିତଙ୍କ ଦଳକୁ ପ୍ରକୃତ ଏନସିପି ଭାବେ ଘୋଷଣା କରିଥିଲେ ଏବଂ ଶରଦ ପାୱାର ଦଳର ଦଳର ନାମ ଏନସିପି ଶରଦ ଚନ୍ଦ୍ର ପାୱାର ଭାବରେ ଚୂଡାନ୍ତ କରିଥିଲେ।

#Odia#Odisha#News
Share Article:

Related Articles