News Room Odisha
BREAKING
Odia

ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ଇସ୍ତଫା

କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଲାଗିଛି ଝଟକା। ଦଳର ସାଂସଦ ମିମି ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା ପରେ ସାଂସଦ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ସ୍ଥାନୀୟ ନେତାଙ୍କ ସହ ମତଭେଦ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମିମି। ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ମିମି ୨୦୧୯ ଲୋକସଭା ନିର୍ବାଚନରେ ଯାଦବପୁରରୁ ତୃଣମୂଳ କଂଗ୍ରେସ ଟିକେଟରେ [...]

Admin•February 15, 2024
Share Article:

କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଲାଗିଛି ଝଟକା। ଦଳର ସାଂସଦ ମିମି ଚକ୍ରବର୍ତ୍ତୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିବା ପରେ ସାଂସଦ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ସ୍ଥାନୀୟ ନେତାଙ୍କ ସହ ମତଭେଦ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମିମି।

ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ମିମି ୨୦୧୯ ଲୋକସଭା ନିର୍ବାଚନରେ ଯାଦବପୁରରୁ ତୃଣମୂଳ କଂଗ୍ରେସ ଟିକେଟରେ ଲଢ଼ି ବିଜେପିର ଅନୁପମ ହଜ୍ରାଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

#Odia#Odisha#News
Share Article:

Related Articles