News Room Odisha
BREAKING
Odia

‘ଇଣ୍ଡିଆ’ ମେଣ୍ଟ କ୍ଷମତାକୁ ଆସିଲେ ସିଏଏ, ଏନ୍ଆରସି ଉଚ୍ଛେଦ ହେବ: ମମତା

ସିଲଚର (ଆସାମ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅଭିଯୋଗ କରିଛନ୍ତି ଯେ ବିଜେପି ପୂରା ଦେଶକୁ ଏକ ‘ଡିଟେନସନ୍ କ୍ଯାମ୍ପ’ କରିସାରିଛି। ଯଦି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ କ୍ଷମତାକୁ ଆସେ, ତେବେ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଉଚ୍ଛେଦ କରାଯିବ ବୋଲି ଟିଏମସି ସୁପ୍ରିମୋ କହିଛନ୍ତି। ଆସାମରେ ଚାରିଜଣ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀଙ୍କ ସମର୍ଥନରେ ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସେ ଦାବି କରିଛନ୍ତି [...]

Admin•April 17, 2024
Share Article:

ସିଲଚର (ଆସାମ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅଭିଯୋଗ କରିଛନ୍ତି ଯେ ବିଜେପି ପୂରା ଦେଶକୁ ଏକ ‘ଡିଟେନସନ୍ କ୍ଯାମ୍ପ’ କରିସାରିଛି। ଯଦି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ କ୍ଷମତାକୁ ଆସେ, ତେବେ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଉଚ୍ଛେଦ କରାଯିବ ବୋଲି ଟିଏମସି ସୁପ୍ରିମୋ କହିଛନ୍ତି।

ଆସାମରେ ଚାରିଜଣ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀଙ୍କ ସମର୍ଥନରେ ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ସେ ଦାବି କରିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର କ୍ଷମତାକୁ ଫେରନ୍ତି, ତା’ହେଲେ “ଗଣତନ୍ତ୍ର ବଞ୍ଚିବ ନାହିଁ କି ଦେଶରେ ଆଉ ନିର୍ବାଚନ ହେବ ନାହିଁ ।”

ମମତା ଅଭିଯୋଗ କରିଛନ୍ତି, “ସେମାନେ (ବିଜେପି) ସମଗ୍ର ଦେଶକୁ ‘ଡିଟେନସନ୍ କ୍ଯାମ୍ପ’ରେ ପରିଣତ କରିଛନ୍ତି… ମୁଁ ମୋ ଜୀବନରେ ଏପରି ବିପଦଜନକ ନିର୍ବାଚନ କେବେ ଦେଖି ନାହିଁ।”

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ଦଳ ଟିଏମସି ସମସ୍ତ ଧର୍ମକୁ ସମ୍ମାନ କରେ । ଧାର୍ମିକ କାରଣରୁ ଲୋକଙ୍କ ମଧ୍ୟରେ ଭେଦଭାବ ହେଉ ବୋଲି ଆମେ ଚାହୁଁନୁ।

#Odia#Odisha#News
Share Article:

Related Articles