News Room Odisha
BREAKING
Odia

ଭାରତୀୟ ଅଲିମ୍ପିକ୍ସ ଦଳର ମୁଖ୍ୟ ପଦରୁ ଇସ୍ତଫା ଦେଲେ ମେରୀ କମ

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ୍ ବକ୍ସର ଏମସି ମେରୀ କମ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ମୁଖ୍ୟ (ଚିଫ୍ ଡି’ ମିଶନ) ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଦାୟିତ୍ବରୁ ଓହରି ଯାଇଛନ୍ତି। ମେରୀ କମ ତାଙ୍କୁ ଏହି ଦାୟିତ୍ବରୁ ମୁକ୍ତ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବୋଲି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ପି.ଟି ଉଷା କହିଛନ୍ତି । ମେରୀ କମ ଉଷାଙ୍କୁ ଲେଖିଥିବା [...]

Admin•April 12, 2024
Share Article:

ନୂଆଦିଲ୍ଲୀ: ୬ ଥର ବିଶ୍ୱ ଚାମ୍ପିୟନ୍ ବକ୍ସର ଏମସି ମେରୀ କମ ଆସନ୍ତା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ମୁଖ୍ୟ (ଚିଫ୍ ଡି’ ମିଶନ) ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଦାୟିତ୍ବରୁ ଓହରି ଯାଇଛନ୍ତି।

ମେରୀ କମ ତାଙ୍କୁ ଏହି ଦାୟିତ୍ବରୁ ମୁକ୍ତ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବୋଲି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ପି.ଟି ଉଷା କହିଛନ୍ତି ।

ମେରୀ କମ ଉଷାଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ଦେଶକୁ ଯେକୌଣସି ଭୂମିକାରେ ସେବା କରିବା ଗର୍ବର ବିଷୟ ଏବଂ ମୁଁ ଏଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲି। କିନ୍ତୁ ମୁଁ ଦୁଃଖିତ ଯେ ମୁଁ ଏହି ସମ୍ମାନଜନକ ଦାୟିତ୍ବ ଗ୍ରହଣ କରିବାକୁ ସମର୍ଥ ନୁହେଁ। ବ୍ୟକ୍ତିଗତ କାରଣରୁ ମୁଁ ଓହରିବାକୁ ନିଷ୍ପତ୍ତି ନେଇଛି ।”

ସେ କହିଛନ୍ତି, “ମୁଁ ଏପରି କରିବା ପାଇଁ ଲଜ୍ଜିତ ଅନୁଭବ କରୁଛି, କାରଣ ମୁଁ ଏପରି କରେ ନାହିଁ, ତେବେ ମୋ’ ପାଖରେ କୌଣସି ବିକଳ୍ପ ନାହିଁ। ଅଲିମ୍ପିକ୍ ଗେମ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଁ ସର୍ବଦା ଉପସ୍ଥିତ ରହିବି |

ଆଇଓଏ ମାର୍ଚ୍ଚ ୨୧ରେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ମୁଖ୍ୟ ଭାବେ ମେରୀ କମଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲା |

ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ବ୍ରୋଞ୍ଜ ପଦକ ବିଜୟିନୀ ମେରୀ କମ ଜୁଲାଇ ୨୬ ରୁ ଅଗଷ୍ଟ ୧୧ ମଧ୍ୟରେ ହେବାକୁ ଥିବା ଅଲିମ୍ପିକ ଗେମ୍ସରେ ଭାରତୀୟ ଦଳର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇଥାନ୍ତେ।

#Odia#Odisha#News
Share Article:

Related Articles