News Room Odisha
BREAKING
Odia

କୁସ୍ତି ସଂଘ ସଭାପତି ମୋତେ ଅଲିମ୍ପିକ୍ସରେ ଖେଳିବାରୁ ରୋକିବା ପାଇଁ ଚାହୁଁଛନ୍ତି: ବିନେଶ

ନୂଆଦିଲ୍ଲୀ: ତାଙ୍କ ସହଯୋଗୀ ଷ୍ଟାଫଙ୍କୁ ଅନୁମତି ପତ୍ର ନ ଦେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ତାଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣରୁ ବଞ୍ଚିତ କରିବାକୁ ଚାହୁଁଛି ବୋଲି ରେସଲର ବିନେଶ ଫୋଗଟ ଶୁକ୍ରବାର ଅଭିଯୋଗ କରିଛନ୍ତି। ତେବେ ଡବ୍ଲୁଏଫ୍ଆଇ କହିଛି ଯେ ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ବିନେଶ ଅନୁମତି ପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କ ବିରୋଧରେ ଡୋପିଂ ଷଡ଼ଯନ୍ତ୍ର କରାଯାଉଥିବା ନେଇ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ବିନେଶ। ୨୦୧୯ ଓ ୨୦୨୨ ବିଶ୍ୱ [...]

Admin•April 12, 2024
Share Article:

ନୂଆଦିଲ୍ଲୀ: ତାଙ୍କ ସହଯୋଗୀ ଷ୍ଟାଫଙ୍କୁ ଅନୁମତି ପତ୍ର ନ ଦେଇ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ତାଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣରୁ ବଞ୍ଚିତ କରିବାକୁ ଚାହୁଁଛି ବୋଲି ରେସଲର ବିନେଶ ଫୋଗଟ ଶୁକ୍ରବାର ଅଭିଯୋଗ କରିଛନ୍ତି। ତେବେ ଡବ୍ଲୁଏଫ୍ଆଇ କହିଛି ଯେ ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ବିନେଶ ଅନୁମତି ପତ୍ର ପାଇଁ ଆବେଦନ କରିଥିଲେ।

ତାଙ୍କ ବିରୋଧରେ ଡୋପିଂ ଷଡ଼ଯନ୍ତ୍ର କରାଯାଉଥିବା ନେଇ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ବିନେଶ।

୨୦୧୯ ଓ ୨୦୨୨ ବିଶ୍ୱ ଚାମ୍ପିୟନସିପ୍‌ରେ ୨୯ ବର୍ଷୀୟା ବିନେଶ ବ୍ରୋଞ୍ଜ ଜିତିଥିବା ବେଳେ ୨୦୧୮ ଏସୀୟ କ୍ରୀଡ଼ାରେ ୫୦ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଆସନ୍ତା ସପ୍ତାହରେ କିର୍ଗିଜସ୍ଥାନର ବିସ୍କେକରେ ହେବାକୁ ଥିବା ଏସୀୟ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ସେ ୫୦ କିଲୋଗ୍ରାମରେ ଅଲିମ୍ପିକ୍ କୋଟା ହାସଲ କରିବା ଲକ୍ଷ୍ୟରେ ରହିବେ।

ପଟିଆଲାରେ ଅନୁଷ୍ଠିତ ଚୟନ ଟ୍ରାଏଲରେ ବିନେଶ ୫୩ କିଲୋଗ୍ରାମରେ ଅଂଶଗ୍ରହଣ କରିଥିଲେ ମଧ୍ୟ ସେମିଫାଇନାଲରେ ହାରିଯାଇଥିଲେ |

ବିନେଶ ‘ଏକ୍ସ’ରେ ଏକ ଲମ୍ବା ପୋଷ୍ଟରେ ଲେଖିଛନ୍ତି, “ବ୍ରିଜ ଭୂଷଣ ଏବଂ ତାଙ୍କ ଡମି ସଞ୍ଜୟ ସିଂହ ମୋତେ ଅଲିମ୍ପିକ୍ସରେ ଖେଳିବାକୁ ରୋକିବା ପାଇଁ ଯେନତେନ ଚେଷ୍ଟା କରୁଛନ୍ତି | ଦଳ ସହିତ ଯେଉଁ କୋଚ୍ ନିଯୁକ୍ତ ହୋଇଛନ୍ତି ସେମାନେ ସବୁ ବ୍ରିଜ ଭୂଷଣଙ୍କ ଅନୁଗତ, ତେଣୁ ସେମାନେ ମୋ ମ୍ୟାଚ୍ ସମୟରେ ମୋ ପାଣିରେ କିଛି ମିଶାଇ ମୋତ ପିଆଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।”ମଧ୍ୟ

ଡବ୍ଲୁଏଫ୍ଆଇ କହିଛି ଯେ ମାର୍ଚ୍ଚ ୧୮ରେ କୋଚ୍ ଏବଂ ଫିଜିଓ ମାନଙ୍କୁ ଅନୁମତି ପତ୍ର ପ୍ରଦାନ ପାଇଁ ବିନେଶଙ୍କ ଇମେଲ୍ ଆସିଥିଲା । କିନ୍ତୁ ସେତେବେଳକୁ ଖେଳାଳି, କୋଚ୍ ଏବଂ ମେଡିକାଲ ଷ୍ଟାଫଙ୍କ ତାଲିକା ବିଶ୍ବ କୁସ୍ତି ସଂଘ (ୟୁଡବ୍ଲୁଡବ୍ଲୁ)କୁ ପଠାସରିଥିଲା। ପଞ୍ଜୀକରଣ ପାଇଁ ଶେଷ ତାରିଖ ୧୧ ମାର୍ଚ୍ଚ ଥିଲା |

ଜଣେ ଅଧିକାରୀ କହିଛନ୍ତି, ସଂଘ ମାର୍ଚ୍ଚ ୧୫ରେ ଏଣ୍ଟ୍ରି ପଠାଇଥିଲା କାରଣ ୟୁଡବ୍ଲୁଡବ୍ଲୁ ଆମ ଅନୁରୋଧକ୍ରମେ କିଛି ଦିନ ରିହାତି ଦେଇଥିଲା | ଟ୍ରାଏଲ ଧାର୍ଯ୍ୟ ସମୟସୀମାର ଶେଷ ଦିନରେ ଅନୁଷ୍ଠିତ ହେବା ଯୋଗୁଁ ଏଣ୍ଟ୍ରି ପଠାଇବାକୁ ଆମେ କିଛି ଦିନ ରିହାତି ଦେବାକୁ ଅନୁରୋଧ କରିଥିଲୁ।

ଉଲ୍ଲେଖଯୋଗ୍ୟ, ବିନେଶଙ୍କ ସମେତ ତିନିଜଣ ନାମୀ କୁସ୍ତି ଖେଳାଳି ଡବ୍ଲୁଏଫ୍ଆଇର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରି ଆନ୍ଦୋଳନ କରିଥିଲେ। ଦିଲ୍ଲୀ ପୋଲିସ ଏହି ମାମଲାରେ ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । କିନ୍ତୁ ଜୁଲାଇରେ ସେ ଏକ ସ୍ଥାନୀୟ କୋର୍ଟରୁ ଆଗୁଆ ଜାମିନ ପାଇଥିଲେ।

#Odia#Odisha#News
Share Article:

Related Articles