News Room Odisha
BREAKING
Odia

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ଶିଳ୍ପପତି ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଶିଳ୍ପପତି ତଥା ପୂର୍ବତନ କଂଗ୍ରେସ ସାଂସଦ ନବୀନ ଜିନ୍ଦଲ ରବିବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସରୁ ତାଙ୍କ ଇସ୍ତଫା ସମ୍ପର୍କରେ ‘ଏକ୍ସ’ରେ ଘୋଷଣା କରିଥିଲେ । ସେ ଲେଖିଥିଲେ, “ମୁଁ ୧୦ ବର୍ଷ ଧରି କୁରୁକ୍ଷେତ୍ରରୁ ସାଂସଦ ଭାବେ ସଂସଦରେ କଂଗ୍ରେସ ଦଳର ପ୍ରତିନିଧିତ୍ୱ କରିଥିଲି। ମୁଁ କଂଗ୍ରେସ [...]

Admin•March 24, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଶିଳ୍ପପତି ତଥା ପୂର୍ବତନ କଂଗ୍ରେସ ସାଂସଦ ନବୀନ ଜିନ୍ଦଲ ରବିବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ଏହା ପୂର୍ବରୁ ସେ କଂଗ୍ରେସରୁ ତାଙ୍କ ଇସ୍ତଫା ସମ୍ପର୍କରେ ‘ଏକ୍ସ’ରେ ଘୋଷଣା କରିଥିଲେ । ସେ ଲେଖିଥିଲେ, “ମୁଁ ୧୦ ବର୍ଷ ଧରି କୁରୁକ୍ଷେତ୍ରରୁ ସାଂସଦ ଭାବେ ସଂସଦରେ କଂଗ୍ରେସ ଦଳର ପ୍ରତିନିଧିତ୍ୱ କରିଥିଲି। ମୁଁ କଂଗ୍ରେସ ନେତୃତ୍ୱ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଧନ୍ୟବାଦ ଦେଉଛି। ଆଜି ମୁଁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।”

#Odia#Odisha#News
Share Article:

Related Articles