News Room Odisha
BREAKING
Odia

ଓଡ଼ିଶା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା : ସମ୍ବଲପୁର ଆସନରୁ ଲଢ଼ିବେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ – ଲୋକସଭା ନିର୍ବାଚନ ପାଇଁ ୧୧୧ ଜଣିଆ ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ବି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ଭୁବନେଶ୍ୱର ଆସନରୁ ପୁଣି ପ୍ରତିଦ୍ୱନ୍ଦିତା କରିବେ ଅପରାଜିତା ଷଡ଼ଙ୍ଗୀ। ପୁରୀରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଲଢ଼ିବେ । ୨୦୦୪ ପରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର। ପୂର୍ବରୁ ସେ [...]

Admin•March 24, 2024
Share Article:

ନୂଆଦିଲ୍ଲୀ – ଲୋକସଭା ନିର୍ବାଚନ ପାଇଁ ୧୧୧ ଜଣିଆ ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ଓଡ଼ିଶା ପ୍ରାର୍ଥୀଙ୍କ ନାଁ ବି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ । ଭୁବନେଶ୍ୱର ଆସନରୁ ପୁଣି ପ୍ରତିଦ୍ୱନ୍ଦିତା କରିବେ ଅପରାଜିତା ଷଡ଼ଙ୍ଗୀ। ପୁରୀରୁ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଲଢ଼ିବେ । ୨୦୦୪ ପରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର। ପୂର୍ବରୁ ସେ ୨୦୦୪ ଲୋକସଭା ନିର୍ବାଚନରେ ସେତେବେଳର ଦେବଗଡ ଆସନରୁ ଲଢି ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର। ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ଆସନରେ ସମ୍ବିତ ପାତ୍ରଙ୍କୁ ରିପିଟ କରିଛି ଦଳ । ୨୦୧୯ରେ ଅପରାଜିତା ଭୁବନେଶ୍ୱରରୁ ବିଜୟୀ ହୋଇଥିବା ବେଳେ ସମ୍ବିତ ପାତ୍ର ପୁରୀରୁ ପରାସ୍ତ ହୋଇଥିଲେ।

ବାଲେଶ୍ଵରରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦୁଝରରୁ ଅନନ୍ତ ଚରଣ ନାଏକ, ଭଦ୍ରକରୁ ଅଭିମନ୍ୟୁ ସେଠୀ,ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ , ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, କୋରାପୁଟରୁ କାଲେରାମ ମାଝୀ ଓ ମୟୂରଭଞ୍ଜରୁ ନବ ଚରଣ ମାଝୀ ନିର୍ବାଚନ ଲଢ଼ିବେ ।

#Odia#Odisha#News
Share Article:

Related Articles