ରେକର୍ଡ ନବମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ
ପାଟନା: ସକାଳେ ଆରଜେଡି ସହ ମେଣ୍ଟ ଭାଙ୍ଗିବା ପରେ ସନ୍ଧ୍ୟାରେ ବିଜେପି ସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଫେରିଛନ୍ତି ଜେଡିୟୁ ସଭାପତି ନୀତିଶ କୁମାର । ରେକର୍ଡ ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି। ନୀତିଶଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଜେଡିୟୁ ଓ ବିଜେପିର ତିନି ଜଣ ଲେଖାଏଁ ମନ୍ତ୍ରୀ ଥିବାବେଳେ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର [...]
ପାଟନା: ସକାଳେ ଆରଜେଡି ସହ ମେଣ୍ଟ ଭାଙ୍ଗିବା ପରେ ସନ୍ଧ୍ୟାରେ ବିଜେପି ସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଫେରିଛନ୍ତି ଜେଡିୟୁ ସଭାପତି ନୀତିଶ କୁମାର । ରେକର୍ଡ ନବମ ଥର ପାଇଁ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେଇଛନ୍ତି। ନୀତିଶଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଜେଡିୟୁ ଓ ବିଜେପିର ତିନି ଜଣ ଲେଖାଏଁ ମନ୍ତ୍ରୀ ଥିବାବେଳେ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ନୀତିଶ କୁମାର ଆଜି ସକାଳେ ଆରଜେଡି ସହ ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଏନଡିଏ ସମର୍ଥନରେ ସରକାର ଗଠନ ପାଇଁ ଦାବି କରିଥିଲେ।
ସମ୍ପ୍ରତି ବିହାର ବିଧାନସଭାରେ ଜେଡିୟୁରେ ୪୫ ଜଣ ବିଧାୟକ ଥିବାବେଳେ ବିଜେପିରେ ୭୬ ଜଣ ବିଧାୟକ ଅଛନ୍ତି। ଜିତନ ରାମ ମଞ୍ଜୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚ୍ଏଏମ୍)ର ୪ ଜଣ ବିଧାୟକ ରହିଛନ୍ତି। ଏହି ତିନି ଦଳଙ୍କ ପାଖରେ ମୋଟ ୧୨୫ ବିଧାୟକ ଅଛନ୍ତି । ସରକାର ଗଠନ ପାଇଁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେବେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ନୂଆ ଏନଡିଏ ସରକାର ପାଖରେ ମ୍ୟାଜିକ୍ ନମ୍ବର ଠାରୁ ତିନି ବିଧାୟକ ଅଧିକ ଅଛନ୍ତି ।
ଅନ୍ୟପକ୍ଷରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ୭୯ ଜଣ ବିଧାୟକ ଥିବାବେଳେ କଂଗ୍ରେସର ୧୯ ଏବଂ ବାମଦଳଙ୍କ ୧୬ ବିଧାୟକ ଅଛନ୍ତି। ଏପରି ପରିସ୍ଥିତିରେ ବିରୋଧୀ ଦଳର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ଦେଖିବାକୁ ରହିଲା।
ପ୍ରଥମ ଟେଷ୍ଟ ଜିତିବା ପାଇଁ ଭାରତକୁ ୨୩୧ ରନର ଟାର୍ଗେଟ୍
Next Article5T Chairman Reviews Progress of Various Developmental Works in Keonjhar District
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
