News Room Odisha
BREAKING
Odia

ପ୍ରଥମ ଟେଷ୍ଟ ଜିତିବା ପାଇଁ ଭାରତକୁ ୨୩୧ ରନର ଟାର୍ଗେଟ୍

ହାଇଦ୍ରାବାଦ: ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୪୨୦ ରନ୍ କରି ଆଉଟ୍ ହୋଇଛି । ଫଳରେ ଏହି ଟେଷ୍ଟ ଜିତିବାକୁ ଭାରତ ଆଗରେ ୨୩୧ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି। ଇଂଲଣ୍ଡ ବ୍ୟାଟର ଓଲି ପୋପ୍ ଦ୍ୱିଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ସେ ୧୯୬ ରନ୍ କରି ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ। ଆହୁରି ଦେଢ଼ ଦିନର ଖେଳ ବାକି ଥିବାବେଳେ ମ୍ୟାଚ୍ ରୋମାଞ୍ଚକର ପରିସମାପ୍ତି ଆଡ଼କୁ ମୁହାଁଉଛି। ପିଚ୍ ବେଶ୍ ମନ୍ଥର [...]

Admin•January 28, 2024
Share Article:

ହାଇଦ୍ରାବାଦ: ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୪୨୦ ରନ୍ କରି ଆଉଟ୍ ହୋଇଛି । ଫଳରେ ଏହି ଟେଷ୍ଟ ଜିତିବାକୁ ଭାରତ ଆଗରେ ୨୩୧ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି। ଇଂଲଣ୍ଡ ବ୍ୟାଟର ଓଲି ପୋପ୍ ଦ୍ୱିଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ । ସେ ୧୯୬ ରନ୍ କରି ଶେଷ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ।

ଆହୁରି ଦେଢ଼ ଦିନର ଖେଳ ବାକି ଥିବାବେଳେ ମ୍ୟାଚ୍ ରୋମାଞ୍ଚକର ପରିସମାପ୍ତି ଆଡ଼କୁ ମୁହାଁଉଛି। ପିଚ୍ ବେଶ୍ ମନ୍ଥର ହୋଇଯାଇଥିବାରୁ ଭାରତ ପାଇଁ ୨୩୧ ରନର ଲକ୍ଷ୍ୟ ହାସଲ କରିବା ଚ୍ୟାଲେଞ୍ଜିଂ ହେବ ।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ଟି ୱିକେଟ୍ ନେଇଛନ୍ତି। ରବୀନ୍ଦ୍ର ଜାଡେଜା ୨ଟି ଏବଂ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଥିଲ।ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିବା ବେଳେ ଭାରତ ୪୩୬ ରନ୍ କରିଥିଲା।

#Odia#Odisha#News
Share Article:

Related Articles