News Room Odisha
BREAKING
Odia

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ, ୬୨ ଲକ୍ଷରୁ ଅଧିକ ଭୋଟର କରିବେ ମତଦାନ

ଭୁବନେଶ୍ୱର – ଦେଶରେ ଚତୁର୍ଥ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ସହ ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ମେ’ ୧୩ ତାରିଖରେ ୪ଟି ଲୋକସଭା ଆସନ ସହିତ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ [...]

Admin•April 18, 2024
Share Article:

ଭୁବନେଶ୍ୱର – ଦେଶରେ ଚତୁର୍ଥ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ସହ ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ମେ’ ୧୩ ତାରିଖରେ ୪ଟି ଲୋକସଭା ଆସନ ସହିତ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନରେ ଭୋଟ ପଡିବ। ଆଜିଠୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିବେ। ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।

୪ଟି ସଂସଦୀୟ କ୍ଷେତ୍ରରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ମତଦାନ ପାଇଁ ମୋଟ ୭୨୮୯ ପୋଲିଂ ଷ୍ଟେସନ ହୋଇଥିବା ବେଳେ ଏହି ସବୁ କ୍ଷେତ୍ରରୁ ସି- ଭିଜିଲ ଆପରେ ୫୮୭ ଅଭିଯୋଗ ଆସିଛି। ୫୮୨ଟି ଅଭିଯୋଗର ସମାଧାନ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପୋଷ୍ଟର ଓ ବ୍ୟାନରକୁ ନେଇ ଅଧିକ ଅଭିଯୋଗ ଆସୁଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ।

ନିର୍ବାଚନ ଆଚରଣ ବିଧି ଲାଗିବା ପରଠାରୁ ଏ ଯାଏଁ ୨ କୋଟି ୭ ଲକ୍ଷ ନଗଦ ଟଙ୍କା, ୧୮ କୋଟି ୧୯ଲକ୍ଷ ମୂଲ୍ୟର ମାଦକ ଦ୍ରବ୍ୟ, ୪୩.୬୯କୋଟି ମୂଲ୍ୟର ଗଞ୍ଜେଇ ଓ ବ୍ରାଉନସୁଗାର, ୭.୧୭କୋଟି ଟଙ୍କାର ସୁନା ଜବତ ହୋଇଛି। ୪ଟି ସଂସଦୀୟ କ୍ଷେତ୍ର ପାଇଁ ୩ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏମାନେ ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବେ।

#Odia#Odisha#News
Share Article:

Related Articles