News Room Odisha
BREAKING
Odia

ଗ୍ରୀଷ୍ମ ପ୍ରକୋପ: ସାଢେ ୧୧ଟା ସୁଦ୍ଧା ୪୦ ଛୁଇଁଲା ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ବର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ । ମୁଣ୍ଡଫଟା ଖରା ଓ ଗରମରେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ ଘରୁ ଗୋଡ କାଢ଼ିବାକୁ ଭୟ ଲାଗୁଛି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୭ଟି ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱର ଓ ବାଲେଶ୍ଵରର ତାପମାତ୍ରା ୪୦ ଦଶମିକ ୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଚାନ୍ଦବାଲି ଏବଂ ଝାରସୁଗୁଡ଼ାର [...]

Admin•April 18, 2024
Share Article:

ଭୁବନେଶ୍ବର – ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ । ମୁଣ୍ଡଫଟା ଖରା ଓ ଗରମରେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ ଘରୁ ଗୋଡ କାଢ଼ିବାକୁ ଭୟ ଲାଗୁଛି।

ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୭ଟି ସହରର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱର ଓ ବାଲେଶ୍ଵରର ତାପମାତ୍ରା ୪୦ ଦଶମିକ ୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଚାନ୍ଦବାଲି ଏବଂ ଝାରସୁଗୁଡ଼ାର ତାପମାତ୍ରା ୪୦ ଡିଗ୍ରୀ ରହିଛି। ସେହିପରି କେନ୍ଦୁଝର ତାପମାତ୍ରା ୩୯ ଡିଗ୍ରୀ ରହିଛି। ହୀରାକୁଦ ତାପମାତ୍ରା ୩୮.୬ ଡିଗ୍ରୀ ରହିଛି। ରାଉରକେଲାରେ ୩୭.୯, ଗୋପାଳପୁରରେ ୩୫. ୧, ପୁରୀରେ ୩୪ .୫ ଓ ପାରାଦ୍ବୀପରେ ୩୪ .୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା।

#Odia#Odisha#News
Share Article:

Related Articles