ଶନିବାର ଦିନ ଶନିଦେବଙ୍କୁ ପୂଜା କରାଯିବା ଦ୍ୱାରା ଆମର କଣ ସବୁ ଲାଭ ହୋଇଥାଏ ?
ଶନିବାର ଦିନ ବିଶେଷ ଭାବରେ ଶନି ଦେବଙ୍କୁ ପୂଜା ବିଶେଷ ଭାବରେ କରାଯାଇ ଥାଏ l ଏହାର କାରଣ ହେଉଛି ସେ ସମସ୍ତ ସଙ୍କଟରୁ ଆମକୁ ରକ୍ଷା କରି ଥାଆନ୍ତି l ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ l ଶନି ମହାଦସା ଭୋଗ କରୁଥିବା ବ୍ୟକ୍ତିଙ୍କୁ ଶନିବାର ବ୍ରତ ରଖିବା ଆବଶ୍ୟକ l ଯଦି ଆପଣ ଠିକ କର୍ମ କରିବେ ତେବେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହୋଇଥାଏ l ସେଥିପାଇଁ ଶନିବାର ଦିନ ବିଶେଷ [...]
ଶନିବାର ଦିନ ବିଶେଷ ଭାବରେ ଶନି ଦେବଙ୍କୁ ପୂଜା ବିଶେଷ ଭାବରେ କରାଯାଇ ଥାଏ l ଏହାର କାରଣ ହେଉଛି ସେ ସମସ୍ତ ସଙ୍କଟରୁ ଆମକୁ ରକ୍ଷା କରି ଥାଆନ୍ତି l ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ l ଶନି ମହାଦସା ଭୋଗ କରୁଥିବା ବ୍ୟକ୍ତିଙ୍କୁ ଶନିବାର ବ୍ରତ ରଖିବା ଆବଶ୍ୟକ l ଯଦି ଆପଣ ଠିକ କର୍ମ କରିବେ ତେବେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହୋଇଥାଏ l ସେଥିପାଇଁ ଶନିବାର ଦିନ ବିଶେଷ ଭାବରେ କିଛିଟା ଜିନିଷକୁ ଦାନ କରିବା ଆବଶ୍ୟକ l ସେଥିପାଇଁ ଶନି ଦେବ ଙ୍କ ର ଅତି ପ୍ରିୟ ଅଟେ କଳା ରାଶି, କଳା ବସ୍ତ୍ର, କଳା ବିରି ଇତ୍ୟାଦି । ଏହି ଜିନିଷ ଗୁଡ଼ିକ ଶନିବାର ଦିନ ଦାନ କରିବା ସହ ଶନିଦେବ ଙ୍କ ନିକଟରେ ଅର୍ପଣ କରିବା ଉଚିତ୍ ।
୧) ଶନିବାର ଦିନ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆୟୁ ବୃଦ୍ଧି ପାଇଁ ଓସ୍ତ ଗଛ ନିକଟରେ ପ୍ରାତଃ କାଳରେ ସ୍ନାନ କରି ସାରି ଜଳ ଅର୍ପଣ କରିବା ଆବଶ୍ୟକ । କୁହାଯାଏ ଯେ ଏପରି କରିବା ଦ୍ବାରା ସନ୍ତାନ ମାନଙ୍କର ଆୟୁ ବୃଦ୍ଧି ହୋଇଥାଏ ।
୨) ଜୀବନରେ ଉନ୍ନତି ପାଇଁ ଶନିବାର ଦିନ ଶନିଦେବ ଙ୍କ ଲୁହାରେ ନିର୍ମିତ ମୂର୍ତ୍ତିକୁ ରାଶି ତେଲରେ ଅଭିଷେକ କରିବା ଉଚିତ୍ । ସମସ୍ତ ଅନୁବିଧା ଦୂର ହୋଇ ଜୀବନରେ ସଫଳତା ମିଳିଥାଏ ।
୩) ଶନିବାର ଦିନ ବ୍ରତ କରି କଳା କୁକୁରକୁ ରୁଟି ଖାଇବାକୁ ଦେଲେ ଶନିଙ୍କ ପ୍ରକୋପ ରୁ ରକ୍ଷା ମିଳିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।
୪) ଆମେ ଯଦି ଶନିବାର ଦିନ ସକାଳେ ଓ ସନ୍ଧ୍ୟାରେ ହନୁମାନଙ୍କ ନିକଟରେ ଲବଙ୍ଗ ଓ କର୍ପୁର ରେ ଆଳତୀ କରିବା ତେବେ ଜୀବନରୁ ସମସ୍ତ ସଙ୍କଟ ଦୁର ହୋଇଯିବ ।
୫) ଶାସ୍ତ୍ର ଅନୁସାରେ ଯଦି ଆପଣ ଶନିବାର ଦିନ ହନୁମାନ ଓ ଶନିଦେବଙ୍କୁ ତମ୍ବା ଦ୍ଵିପ ରେ ଆଳତୀ କରିବେ, ତେବେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ବିନା ବାଧାରେ ହୋଇଯିବ ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଧରାକୋଟରେ ଦୁଇ ବସ୍ ମୁହାଁମୁହିଁ: ଜଣେ ମୃତ, ୧୦ରୁ ଅଧିକ ଆହତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
