News Room Odisha
BREAKING
Odia

ଧରାକୋଟରେ ଦୁଇ ବସ୍ ମୁହାଁମୁହିଁ: ଜଣେ ମୃତ, ୧୦ରୁ ଅଧିକ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ଧରାକୋଟ ଥାନା ଅର୍ନ୍ତଗତ ଢଉଗାଁ ଛକରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୀତୁଆ ଓ ଅନ୍ଧକାର ରାତିରେ ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଳକୃଷ୍ଣ ଗୈଡ। କୁହୁଡ଼ି ଯୋଗୁଁ ଘଟିଥିବା ଦୁର୍ଘଟଣା ଏତେ ସାଂଘାତିକ ଥିଲା ଯେ ଦୁଇ ବସ୍ ମଧ୍ୟରେ ଚାପି ହୋଇ ଦିଲଖୁସ ନାମକ ବସଟିର ଚାଳକ [...]

Admin•January 6, 2024
Share Article:

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ତଥା ଧରାକୋଟ ଥାନା ଅର୍ନ୍ତଗତ ଢଉଗାଁ ଛକରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶୀତୁଆ ଓ ଅନ୍ଧକାର ରାତିରେ ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଳକୃଷ୍ଣ ଗୈଡ। କୁହୁଡ଼ି ଯୋଗୁଁ ଘଟିଥିବା ଦୁର୍ଘଟଣା ଏତେ ସାଂଘାତିକ ଥିଲା ଯେ ଦୁଇ ବସ୍ ମଧ୍ୟରେ ଚାପି ହୋଇ ଦିଲଖୁସ ନାମକ ବସଟିର ଚାଳକ ବାଳକୃଷ୍ଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ବ୍ରହ୍ମପୁରରୁ ଯାଉଥିବା ଦିଲଖୁସ୍ ବସ୍ ସହ ଧରାକୋଟ ପଟରୁ ଆସୁଥିବା ହ୍ବାଇଟ୍ ହର୍ସ ବସ୍ ସହ ଧକ୍କା ହୋଇଥିଲା। ଜେସିବି ସହାୟତାରେ ଦୁଇ ବସକୁ ଅଲଗା କରାଯାଇ ଚାପି ହୋଇ ରହିଯାଇଥିବା ଡ଼୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

#Odia#Odisha#News
Share Article:

Related Articles