News Room Odisha
BREAKING
Odia

ଫିନୋ ବ୍ୟାଙ୍କ୍ ନାଁରେ ଠକେଇ, ବ୍ରହ୍ମପୁରରେ ୨ ଗିରଫ

ବ୍ରହ୍ମପୁର: ଟାଉନ୍ ଥାନା ପୋଲିସ ଏକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୁଷୋତ୍ତମପୁର ଅମୁଣିଆ ସାହିର ରବି ନାରାୟଣ ମହାରଣା (୨୭) ଓ ବ୍ରହ୍ମପୁର ବଡ଼ବଜାର ଥାନା ପ୍ରେମନଗର ୫ମ ଗଳିର ରିଙ୍କୁ ପାତ୍ର (ଡକି, ୪୨)। ସେମାନେ ଫିନୋ ବ୍ୟାଙ୍କରେ ଚାକିରି କରାଇଦେବା ଆଳରେ ବହୁ ଲୋକଙ୍କ ଠାରୁ ୨୫୦୦୦ରୁ ୨୭୦୦୦ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଠାରୁ ୨ଟି ଅଫର୍ ଲେଟର୍ ଗୋଟିଏ ଲେଖାଏଁ [...]

Admin•January 6, 2024
Share Article:

ବ୍ରହ୍ମପୁର: ଟାଉନ୍ ଥାନା ପୋଲିସ ଏକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୁଷୋତ୍ତମପୁର ଅମୁଣିଆ ସାହିର ରବି ନାରାୟଣ ମହାରଣା (୨୭) ଓ ବ୍ରହ୍ମପୁର ବଡ଼ବଜାର ଥାନା ପ୍ରେମନଗର ୫ମ ଗଳିର ରିଙ୍କୁ ପାତ୍ର (ଡକି, ୪୨)। ସେମାନେ ଫିନୋ ବ୍ୟାଙ୍କରେ ଚାକିରି କରାଇଦେବା ଆଳରେ ବହୁ ଲୋକଙ୍କ ଠାରୁ ୨୫୦୦୦ରୁ ୨୭୦୦୦ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଠାରୁ ୨ଟି ଅଫର୍ ଲେଟର୍ ଗୋଟିଏ ଲେଖାଏଁ ଟ୍ୟାବଲେଟ୍ ଓ ବ୍ୟାଙ୍କ୍ ଦ୍ବାରା ପ୍ରଦତ୍ତ ବିଜିନେସ୍ କରେସପେଣ୍ଡେଣ୍ଟ୍ ସାର୍ଟିଫିକେଟ, ଫିନୋ ଫାଇନାନ୍ସ ବ୍ୟାଙ୍କ୍ ପରିଚୟ ପତ୍ର, ବ୍ୟାଙ୍କ୍ ଷ୍ଟାମ୍ପ, ଖାଲି ପାସବୁକ୍, କଲେଜ ଛାତ୍ରଛାତ୍ରୀଙ୍କ ୩୭ଟି ରିଜ୍ୟୁମ୍ ଜବତ କରିଛି ପୋଲିସ।

ରିଙ୍କୁ ପାତ୍ର ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବା, ଟଙ୍କା ଜମା ଓ ଉଠାଣ ନିମନ୍ତେ ଫିନୋ ବ୍ୟାଙ୍କ୍ ଫ୍ରାଞ୍ଚାଇଜ୍ ପାଇଥିଲା। ହେଲେ ପରେ ରବିନାରାୟଣ ସହ ମିଶି ବ୍ୟାଙ୍କ୍ ନକଲି ଦସ୍ତାବିଜ ଓ ମାନବ ସମ୍ବଳ ଅଧିକାରୀ ଓ ମ୍ୟାନେଜର ଭାବେ ଜାଲ୍ ପରିଚୟପତ୍ର ସୃଷ୍ଟି କରି ଯୁବକ ଯୁବତୀଙ୍କୁ ଠକିବା ଆରମ୍ଭ କରିଥିଲେ। ଚାକିରି ଦେବାର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଥିଲେ। ଜାଲ୍ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ୟୁନିଫର୍ମ ଦେବାକୁ ମିଥ୍ୟା ଆଶ୍ଵାସନା ଦେଇଥିଲେ। ଗିରଫ ହେବା ପରେ ସେମାନଙ୍କ ପର୍ଦ୍ଦାଫାଶ ହୋଇଛି।

#Odia#Odisha#News
Share Article:

Related Articles