News Room Odisha
BREAKING
Odia

ବିଦାୟୀ ଟେଷ୍ଟରେ ଓ୍ବାର୍ଣ୍ଣରଙ୍କ କମାଲ, ପାକିସ୍ତାନ ବିପକ୍ଷ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କଲା ଅଷ୍ଟ୍ରେଲିଆ

ସିଡନୀ: କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ କମାଲ କରିଛନ୍ତିି ଡେଭିଡ୍ ଓ୍ବାର୍ଣ୍ଣର। ଏହି ଷ୍ଟାର ଅଷ୍ଟ୍ରେଲୀୟ ବ୍ୟାଟର୍ ଏଠାରେ ପାକିସ୍ତାନ ବିପକ୍ଷ ନିଜ ବିଦାୟୀ ଟେଷ୍ଟର ଦ୍ବିତୀୟ ଇନିଂସରେ ଅର୍ଦ୍ଧଶତକ ପାଳି ସହ ନିଜ ଦଳକୁ ଜିତାଇଛନ୍ତି । ୱାର୍ଣ୍ଣର ୫୭ ରନର ଦ୍ରୁତ ଇନିଂସ ଖେଳିଥିବା ବେଳେ ଅଷ୍ଟ୍ରେଲିଆ ୧୩୦ ରନର ଟାର୍ଗେଟକୁ ସହଜରେ ହାସଲ କରି ପାକିସ୍ତାନକୁ ୮ ୱିକେଟରେ ହରାଇଛି । ଏଥିସହ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ଟେଷ୍ଟ ସିରିଜକୁ ୩-୦ରେ [...]

Admin•January 6, 2024
Share Article:

ସିଡନୀ: କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ କମାଲ କରିଛନ୍ତିି ଡେଭିଡ୍ ଓ୍ବାର୍ଣ୍ଣର। ଏହି ଷ୍ଟାର ଅଷ୍ଟ୍ରେଲୀୟ ବ୍ୟାଟର୍ ଏଠାରେ ପାକିସ୍ତାନ ବିପକ୍ଷ ନିଜ ବିଦାୟୀ ଟେଷ୍ଟର ଦ୍ବିତୀୟ ଇନିଂସରେ ଅର୍ଦ୍ଧଶତକ ପାଳି ସହ ନିଜ ଦଳକୁ ଜିତାଇଛନ୍ତି । ୱାର୍ଣ୍ଣର ୫୭ ରନର ଦ୍ରୁତ ଇନିଂସ ଖେଳିଥିବା ବେଳେ ଅଷ୍ଟ୍ରେଲିଆ ୧୩୦ ରନର ଟାର୍ଗେଟକୁ ସହଜରେ ହାସଲ କରି ପାକିସ୍ତାନକୁ ୮ ୱିକେଟରେ ହରାଇଛି । ଏଥିସହ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ଟେଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରି ଓ୍ବାର୍ଣ୍ଣରଙ୍କୁ ଉପଯୁକ୍ତ ବିଦାୟ ଭେଟି ଦେଇଛି ଅଷ୍ଟ୍ରେଲିଆ।

ସିଡନୀରେ ଖେଇଯାଇଥିବା ଏହି ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସରେ ୩୧୩ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୨୯୯ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ପାକିସ୍ତାନ ୧୪ ରନରେ ଅଗ୍ରଣୀ ହାସଲ କରିଥିଲା। ହେଲେ ଦ୍ୱିତୀୟ ଇନିଂସରେ ପାକିସ୍ତାନ ମାତ୍ର ୧୧୫ ରନରେ ଆଉଟ୍ ହୋଇଥିଲା | ଫଳସ୍ୱରୂପ, ଅଷ୍ଟ୍ରେଲିଆକୁ ମାତ୍ର ୧୩୦ ରନର ଟାର୍ଗେଟ୍ ମିଳିଥିଲା |

ତେବେ ଏହି ମାମୁଲି ମନେ ହେଉଥିବା ବିଜୟଲକ୍ଷ୍ୟର ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ଓପନର୍ ଉସମାନ ଖ୍ବାଜାଙ୍କ ଓ୍ବିକେଟ୍ ଶୀଘ୍ର ହରାଇଥିଲା। ସେ ଖାତା ଖୋଲି ପାରିନଥିଲେ। ଏହି ପ୍ରାରମ୍ଭିକ ଝଟକା ପରେ ୱାର୍ଣ୍ଣର ଏବଂ ମାର୍ନସ୍ ଲାବୁସେନ୍ ଦ୍ୱିତୀୟ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ ସହ ପାକିସ୍ତାନର ଆଶା ଧୂଳିସାତ୍ କରିଥିଲେ।

ୱାର୍ଣ୍ଣର ଏବଂ ଲାବୁସେନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୧୯ ରନ୍ ଯୋଡିଥିଲେ । ଉଭୟଙ୍କ ମଧ୍ୟରେ ଏହା ସପ୍ତମ ଶତକୀୟ ଭାଗିଦାରୀ ଥିଲା। ବିଜୟ ଠାରୁ ଅଷ୍ଟ୍ରେଲିଆ ୧୧ ରନ୍ ଦୂରରେ ଥିବା ବେଳେ ୱାର୍ଣ୍ଣର ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ୩୪ ରନ୍ କରିଥିବା ଓ୍ବାର୍ଣ୍ଣର ନିଜ ଶେଷ ଟେଷ୍ଟ ପାଳିରେ ୭୫ ବଲରୁ ୫୭ ରନ୍ କରିଥିଲେ। ତାଙ୍କର ଏହି ଇନିଂସରେ ୭ଟି ଚୌକା ସାମିଲ ଥିଲା। ଟେଷ୍ଟ କ୍ରିକେଟରେ ଓ୍ବାର୍ଣ୍ଣରଙ୍କ ଏହା ୬୩ତମ ପଚାଶ ପ୍ଲସ୍ ସ୍କୋର୍ । ଲାବୁସେନ୍ ୭୩ ବଲରେ ୯ଟି ଚୌକା ସହ ୬୨ ରନ୍ କରି ଅପରାଜିତ ରହିଥିଲେ ।

ଏହି ମ୍ୟାଚ୍ ସହ ଓ୍ବାର୍ଣ୍ଣରଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଛି। ଓ୍ବାର୍ଣ୍ଣର ନିଜ ବିଦାୟୀ ଟେଷ୍ଟର ଦୁଇ ଦିନ ପୂର୍ବରୁ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ ସେ କହିଥିଲେ ଯଦି ଦଳ ତାଙ୍କୁ ଆବଶ୍ୟକ କରେ ସେ ଦିନିକିଆ ଫର୍ମାଟରେ ଖେଳିବା ପାଇଁ ଉପଲବ୍ଧ ହେବେ। ୱାର୍ଣ୍ଣର ୧୧୨ ଟେଷ୍ଟରେ ହାରାହାରି ୪୪.୫୯ ଏବଂ ୭୦.୧୯ ଷ୍ଟ୍ରାଇକ୍ ରେଟ୍ ସହ ୮୭୮୬ ରନ୍ କରିଛନ୍ତି । ଟେଷ୍ଟରେ ଓ୍ବାର୍ଣ୍ଣରଙ୍କ ନାଁରେ ୨୬ ଶତକ ଓ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତିି । ଟେଷ୍ଟ ଓ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ସେ ଅନ୍ତର୍ଜାତୀୟ ଟି-୨୦ ଖେଳିବା ଜାରି ରଖିବେ ବୋଲି କହିଛନ୍ତି ଓ୍ବାର୍ଣ୍ଣର ।

#Odia#Odisha#News
Share Article:

Related Articles