News Room Odisha
BREAKING
Odia

ଛତ୍ରପୁରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ଖେଳ ପ୍ରତିଯୋଗିତା ଉଦଘାଟିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଯୁବ ପ୍ରତିଭା ବିକାଶ କାର୍ଯ୍ୟକ୍ରମର ଖେଳକୁଦ ପ୍ରତିଯୋଗିତା ଛତ୍ରପୁର ଠାରେ ଆଜିଠୁ ଆରମ୍ଭ ହୋଇଛି। ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ୨୨ଗୋଟି ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ବଛା ହୋଇଥିବା ୮୫୦ ଜଣ ସଫଳ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମରେ ପ୍ରତିଯୋଗିତାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା [...]

Admin•January 8, 2024
Share Article:
ଛତ୍ରପୁରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ଖେଳ ପ୍ରତିଯୋଗିତା ଉଦଘାଟିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଯୁବ ପ୍ରତିଭା ବିକାଶ କାର୍ଯ୍ୟକ୍ରମର ଖେଳକୁଦ ପ୍ରତିଯୋଗିତା ଛତ୍ରପୁର ଠାରେ ଆଜିଠୁ ଆରମ୍ଭ ହୋଇଛି। ନୂଆ-ଓ କାର୍ଯ୍ୟକ୍ରମର ସମସ୍ତ ୨୨ଗୋଟି ବ୍ଲକସ୍ତରୀୟ ପ୍ରତିଯୋଗିତାରୁ ବଛା ହୋଇଥିବା ୮୫୦ ଜଣ ସଫଳ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ସ୍ଥାନୀୟ ଷ୍ଟାଡିୟମରେ ପ୍ରତିଯୋଗିତାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ୍, ପ୍ରମୁଖ ମଞ୍ଚାସୀନ ଥିଲେ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ।

ଛତ୍ରପୁରସ୍ଥିତ ଚାରିଗୋଟି ପଡିଆ ଯଥା ପୋଲିସ ପଡ଼ିଆ, କ୍ରୀଡ଼ା ବିଭାଗ ଖେଳ ପଡ଼ିଆ, ଅନସ୍ଲୋ ହାଇସ୍କୁଲ ପଡ଼ିଆ ଏବଂ ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ କ୍ରିକେଟ୍, ହକି, କବାଡି ଏବଂ ଖୋ ଖୋ ପ୍ରତିଯୋଗିତା ହେଉଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଲିଗ୍ ମ୍ୟାଚ୍, ୧୩ରେ ସେମିଫାଇନାଲ୍ ଏବଂ ୧୪ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରତି ବ୍ଲକରୁ ପ୍ରତିଯୋଗୀଙ୍କୁ ଆଣିବା, ସେମାନଙ୍କ ରହଣୀ ବ୍ୟବସ୍ଥାରୁ ଆରମ୍ଭ କରି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସୁପରିଚାଳନା ଦିଗରେ ସବିଶେଷ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଯୁବ ପ୍ରତିଭାଙ୍କ କ୍ରୀଡ଼ା ଦକ୍ଷତାର ବିକାଶରେ ଏହା ବେଶ୍‌ ସହାୟକ ହେବା ଆଶା ରହିଛି। ଏଥିରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଈଁ ମଧ୍ୟ ଚୟନ କରାଯିବ।

#Odia#Odisha#News
Share Article:

Related Articles