ରାଜସ୍ଥାନର କରଣପୁର ଉପନିର୍ବାଚନରେ ବିଜେପିକୁ ଝଟକା, ମନ୍ତ୍ରୀ ସୁରେନ୍ଦ୍ରପାଲ ସିଂହଙ୍କ ପରାଜୟ, ୧୨ ହଜାର ଭୋଟରେ ହରାଇଲେ କଂଗ୍ରେସ ପ୍ରାର୍ଥୀ
ଜୟପୁର: ରାଜସ୍ଥାନର କରଣପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିଛି। ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଢ଼ିଥିବା ବିଜେପିକୁ ଲାଗିଛି ଝଟକା । ଉପନିର୍ବାଚନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ପ୍ରାର୍ଥୀ ସୁରେନ୍ଦ୍ରପାଲ ସିଂହ ଟିଟି କରଣପୁର ଆସନରେ ହାରିଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂହ କୁନାରଙ୍କ ଠାରୁ ୧୨ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । କରଣପୁର ବିଧାନସଭା ଆସନ ପାଇଁ ଜାନୁଆରୀ ୫ରେ ଭୋଟ୍ ଗ୍ରହଣ [...]
ଜୟପୁର: ରାଜସ୍ଥାନର କରଣପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିଛି। ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଢ଼ିଥିବା ବିଜେପିକୁ ଲାଗିଛି ଝଟକା । ଉପନିର୍ବାଚନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ପ୍ରାର୍ଥୀ ସୁରେନ୍ଦ୍ରପାଲ ସିଂହ ଟିଟି କରଣପୁର ଆସନରେ ହାରିଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂହ କୁନାରଙ୍କ ଠାରୁ ୧୨ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି ।
କରଣପୁର ବିଧାନସଭା ଆସନ ପାଇଁ ଜାନୁଆରୀ ୫ରେ ଭୋଟ୍ ଗ୍ରହଣ ହୋଇଥିଲା । ଭୋଟ୍ ହାର ୮୧.୩୮ ପ୍ରତିଶତ ଥିଲା। ଆଜି ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା ହୋଇଛି ।
ସୂଚନାଯୋଗ୍ୟ, ରାଜସ୍ଥାନର ୨୦୦ ବିଧାନସଭା ଆସନ ମଧ୍ୟରୁ ୧୯୯ ଆସନରେ ନଭେମ୍ବର ୨୫ରେ ମତଦାନ ହୋଇଥିଲା । ଫଳାଫଳ ଡିସେମ୍ବର ୩ରେ ଘୋଷଣା କରାଯାଇଥିଲା। ବିଜେପି ୧୧୫ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ କେବଳ ୬୯ଟି ଆସନରେ ସୀମିତ ରହିଥିଲା । କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ବିଧାୟକ ଗୁରୁମିତ ସିଂହ କୁନାରଙ୍କ ମୃତ୍ୟୁ ଯୋଗୁଁ ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁର ଆସନ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।
କରଣପୁର ଉପନିର୍ବାଚନ ପାଇଁ ବିଜେପି ସୁରେନ୍ଦ୍ରପାଲ ସିଂହ ଟିଟିଙ୍କୁ ପ୍ରାର୍ଥୀ କରିଥିଲା । ଏହି ଆସନରେ କଂଗ୍ରେସ ପକ୍ଷରୁ ଦିବଂଗତ ନେତା କୁନାରଙ୍କ ପୁଅ ରୁପିନ୍ଦର ସିଂହ ପ୍ରାର୍ଥୀ ହୋଇଥିଲେ । ଶାସକ ବିଜେପି ଡିସେମ୍ବର ୩୦ରେ କରଣପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁରେନ୍ଦ୍ରପାଲ ସିଂ ଟିଟିଙ୍କୁ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲା । କରଣପୁରରେ ବିଜୟ ପରେ ବର୍ତ୍ତମାନ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି ।
ଛତ୍ରପୁରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆ-ଓ ଖେଳ ପ୍ରତିଯୋଗିତା ଉଦଘାଟିତ
Next Articleଆସନ୍ତାକାଲି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
