News Room Odisha
BREAKING
Odia

ଆସନ୍ତାକାଲି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି – ମାଲକାନଗିରିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ବିମାନସେବା ସହ ଯୋଡି ହେବ ମାଲକାନଗିରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ। ବିମାନ ବନ୍ଦର ଉଦଘାଟନ ସହ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଉଦଘାଟନ ପୂର୍ବରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ସଫଳ ହୋଇଛି। ରବିବାର ନୂଆ ବିମାନ ବନ୍ଦରରେ ପରୀକ୍ଷାମୂଳକ ଭାବେ ଭିଟି ୧୦୦ ବିମାନ ଅବତରଣ କରିଥିଲା।ଅବତରଣ ପରେ ପାଇଲଟ ବିମାନ ବନ୍ଦରର [...]

Admin•January 8, 2024
Share Article:

ମାଲକାନଗିରି – ମାଲକାନଗିରିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ବିମାନସେବା ସହ ଯୋଡି ହେବ ମାଲକାନଗିରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ। ବିମାନ ବନ୍ଦର ଉଦଘାଟନ ସହ ନୂତନ ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ଉଦଘାଟନ ପୂର୍ବରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ସଫଳ ହୋଇଛି। ରବିବାର ନୂଆ ବିମାନ ବନ୍ଦରରେ ପରୀକ୍ଷାମୂଳକ ଭାବେ ଭିଟି ୧୦୦ ବିମାନ ଅବତରଣ କରିଥିଲା।ଅବତରଣ ପରେ ପାଇଲଟ ବିମାନ ବନ୍ଦରର ଯାଞ୍ଚ କରିବା ସହ ବିମାନ ବନ୍ଦର ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ।

ଯାତ୍ରୀବାହୀ ବିମାନ ସେବା ଆରମ୍ଭ ପାଇଁ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏଠାରେ ୧୫୦୦/୩୦ ମିଟର୍‌ ରନୱେ, ପାଚେରୀ, ଏଟିସି ଟାୱାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି। ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି ଏବଂ ପରବର୍ତ୍ତି ସମୟରେ ବଡ଼ ବିମାନ ଚଳାଚଳ କରିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି।

#Odia#Odisha#News
Share Article:

Related Articles